Only for Entertainment

ରଜନୀକାନ୍ତଙ୍କ ‘କାଲା’ରେ ଦିୱାନା ହୋଇ ଛୁଟି ଘୋଷଣା କଲେ ଏକ ଆଇଟି କମ୍ପାନୀ ।

aajtak
0 43

ରଜନୀକାନ୍ତଙ୍କ ଫିଲ୍ମ ରିଲିଜ ପୂର୍ବରୁ ଫ୍ୟାନ୍ସ ଫିଲ୍ମ ଦେଖିବା ପାଇଁ ସିଡ୍ୟୁଲ ପ୍ରସ୍ତୁତ କରିଦିଅନ୍ତି । ୭ ଜୁନକୁ ରିଲିଜ ହେବାକୁ ଥିବା ଫିଲ୍ମ କାଲା ପାଇଁ ମଧ୍ୟ ସିଡ୍ୟୁଲ ହୋଇଯାଇଛି । କାଲା ଫିଲ୍ମ ଦେଖିବା ପାଇଁ ଏକ ଆଇଟି କମ୍ପାନୀ ଛୁଟି ଘୋଷଣା କରିଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛିଯେ ଏହି କମ୍ପାନୀ ତାମିଲନାଡୁର ନୁହେଁ ବରଂ କେରଳର କୋଚିର । ରମେଶ ବାଲା ଏହି ବିଷୟରେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।

କୋଚିର ଏକ କମ୍ପାନୀ ନିଜ କର୍ମୀ ମାନଙ୍କୁ ଫିଲ୍ମ ଦେଖିବା ପାଇଁ ୭ ଜୁନରେ ଛୁଟି ଘୋଷଣା କରିଛନ୍ତି । ତେବେ ପ୍ରଥମ ଶୋ ଭୋର ୪ଟାରେ ଆରମ୍ଭ ହେବ । ଟିକେଟ ମଧ୍ୟ ଜୋରଦାର ବିକ୍ରି ଚାଲିଛି । ଏହି ମଧ୍ୟରେ କର୍ଣ୍ଣାଟକରେ ଫିଲ୍ମ ବ୍ୟାନକୁ ନେଇ ନିର୍ମାତା ଆପତ୍ତି କରିଛନ୍ତି । ସେଥିପାଇଁ ହାଇକୋର୍ଟରେ ପହଂଚିଛନ୍ତି । ସିନେମାଘରେ ସୁରକ୍ଷା ଦେବା ପାଇଁ ମଧ୍ୟ ପ୍ରାର୍ଥନା କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More