Only for Entertainment

କବାଡିବାଲାକୁ ଭୁଲରେ ମହିଳା ଦେଇଥିଲେ ୫ଲକ୍ଷ ଟଙ୍କାର ଗହଣା! ତା’ପରେ ହେଲା କିଛି ଏପରି

thehindu
38

ତାମିଲନାଡୁର ରସିପୁରମ ସ୍ଥିତ ବିଗ୍ନେସ ନଗରରେ ରହୁଥିବା କଳାଦେବୀ ନାମକ ଜଣେ ମହିଳା ଭୁଲ କ୍ରମେ ସଫେଇ କର୍ମଚାରୀଙ୍କୁ ୫ଲକ୍ଷ ଟଙ୍କା ମୂଲ୍ୟର ଗହଣା ଦେଇ ଦେଇଥିଲେ । ଏତେ ଟଙ୍କାର ଗହଣା ପାଇବା ପରେ ମଧ୍ୟ ସଫେଇ କର୍ମଚାରୀଙ୍କ ମନରେ ସାମାନ୍ୟତମ ଲୋଭ ଦେଖିବାକୁ ମିଳିନଥିଲା । ନିଜର ସଚ୍ଚୋଟତା ପ୍ରତିପାଦିତ କରି ସେ ମହିଳାଙ୍କୁ ତାଙ୍କ ଗହଣା ଫେରସ୍ତ କରିଦେଇଥିଲେ ।

ସୂଚନା ଅନୁସାରେ କଳାଦେବୀ ଘରର ପୁରୁଣା କାଗଜପତ୍ର ସବୁକୁ କବାଡିଆଙ୍କୁ ବିକ୍ରି କରିଥିଲେ । ହେଲେ ସେ ପରେ ଜାଣିଥିଲେ ଯେ, ଭିତରେ ୫ଲକ୍ଷ ମୂଲ୍ୟର ଗହଣା (ମଙ୍ଗଳସୂତ୍ର, ସୁନାଚୂଡି, ହୀରାମୁଦି) ରହିଥିଲା । ତୁରନ୍ତ ସେ ଉକ୍ତ କବାଡିବାଲାକୁ ଖୋଜିବାରେ ଲାଗିଥିଲେ, ମାତ୍ର ପାଇନଥିଲେ । ତେଣୁ ପୁଲିସରେ ଏତଲା ଦେଇଥିଲେ । ପୁଲିସ୍‍ ସିସିଟିଭି ଯାଞ୍ଚ କରି କବାଡିବାଲାକୁ ଚିହ୍ନଟ କରିଥିଲା । ଆଉ କବାଡିବାଲା ଜଣଙ୍କ ରଦିକାଗଜ ଭିତରେ ସୁଣାଗହଣା ଥିବା ବିଷୟ ସ୍ୱୀକାର କରିଥିଲା । କଳାଦେବୀଙ୍କ କହିବା ଅନୁସାରେ ଚୋରି ଭୟରେ ମୁଁ ସୁନାଗହଣାକୁ ଏହି ରଦିକାଗଜ ଭିତରେ ଲୁଚାଇ ରଖିଥିଲି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More