Only for Entertainment

ବଲିଉଡର ସୁପରହିଟ ଫିଲ୍ମ ‘କଭି ଖୁସି ଗମ’ର ଟିଭି ଭର୍ସନ, ଏହି କଳାକାର ଆସିବେ ନଜର

Vogue India
0 91

ବଲିଉଡର ସୁପରହିଟ ଫିଲ୍ମ ‘କଭି ଖୁସି ଗମ’ ନିର୍ଦ୍ଦେଶକ କରଣ ଜୋହରଙ୍କ ସବୁଠାରୁ ସଫଳ ଫିଲ୍ମ ମଧ୍ୟରୁ ଏକ । ଏହି ଫିଲ୍ମର ଫ୍ୟାନ୍ସଙ୍କ ପାଇଁ ବର୍ତ୍ତମାନ ଏକ ଖୁସି ଖବର । ଫିଲ୍ମକୁ ଦର୍ଶକମାନେ ଏବେ ଟିଭି ସିରିଏଲ ଭାବେ ଦେଖିପାରିବେ । ଏକତା କପୁର ଖୁବ ଶୀଘ୍ର ଏହି ସୁପରହିଟ ଫିଲ୍ମ ଆଧାରରେ ଏକ ଟିଭି ଶୋ’ ନିର୍ମାଣ କରିବାକୁ ଯାଉଛନ୍ତି ।

ektakapoor

ଖବର ଅନୁସାରେ ଏହି ଶୋ’ ପାଇଁ ରୋଡିଜ ଏବଂ ସ୍ପିଟସଭିଲ୍ଲାର ପ୍ରତିଯୋଗୀମାନଙ୍କୁ ଚୟନ କରାଯାଇପାରେ । ଏହି ଶୋ’ ପାଇଁ ବର୍ତ୍ତମାନ ଅଭିନେତା ଭିଜେ, ବରୁଣ ସୁଦଙ୍କ ନାମ ଚର୍ଚ୍ଚାରେ ରହିଛି । ଖବର ଅନୁସାରେ ବରୁଣ ଏହି ଶୋ’ରେ ଲିଡ ରୋଲରେ ନଜର ଆସିପାରନ୍ତି । କୁହାଯାଉଛି ଯେ ହ୍ରିତିକଙ୍କ ରୋଲରେ ନଜର ଆସିବେ ।

varun sood

ଏହି ଟିଭି ଶୋ’କୁ ସୋନି ଟିଭିରେ ପ୍ରସାରଣ କରାଯିବ । ବରୁଣଙ୍କ ବିଷୟରେ କହିବାକୁ ଗଲେ ସେ ‘ରୋଡୁଜ ଏକ୍ସ ଟୁ’ରୁ ହିଁ ତାଙ୍କୁ ଟିଭିରେ ପରିଚୟ ମିଳିଥିଲା । ଏହା ବ୍ୟତିତ ସେ ‘ଏମ ଟିଭି ସ୍ପିଟସଭିଲ୍ଲା ୯’ରେ ମଧ୍ୟ ନଜର ଆସିଥିଲେ ଏବଂ ପ୍ରଥମ ରନର ଅପ ମଧ୍ୟ ହୋଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More