Only for Entertainment

ପ୍ରଥମ ଥର ତିନୋଟି ଫିଲ୍ମର ରେକର୍ଡ଼ ଭାଙ୍ଗିଲା ଶାହିଦଙ୍କ ଫିଲ୍ମ ।

37

ଶାହିଦ୍‌ କପୁରଙ୍କ ଫିଲ୍ମ ‘କବୀର ସିଂହ’ ଏବେ ବକ୍ସ ଅଫିସରେ ଧମାଲ ମଚାଇବା ଆରମ୍ଭ କରିଛି । ରିଲିଜ୍‌ ହେବା ପରଠାରୁ ହିଁ ଦର୍ଶକ ଫିଲ୍ମକୁ ଭଲ ପାଇବା ଦେବା ଆରମ୍ଭ କରିଥିବା ବେଳେ ୫ଦିନ ମଧ୍ୟରେ ଫିଲ୍ମଟି ୧୦୦କୋଟି କ୍ଲବ୍‌ରେ ସାମିଲ ହୋଇଥିବା ନେଇ ସୂଚନା ମିଳିଥିଲା । ଟ୍ରେଡ୍‌ ଆନାଲିଷ୍ଟ ତରଣ ଆଦର୍ଶ ୫ମ ଦିନରେ ଫିଲ୍ମ କରିଥିବା ଆୟ ଟୁଇଟ୍‌ରରେ ସେୟାର କରିଥିଲେ । ଫିଲ୍ମଟି ମଙ୍ଗଳବାର ୧୬.୫୩କୋଟି ଟଙ୍କା ଆୟ କରିବା ପରେ ଫିଲ୍ମର ସର୍ବମୋଟ ଆୟ ୧୦୪.୬୦କୋଟିରେ ପହଞ୍ଚିଥିବା ବେଳେ ବୁଧବାର ୧୫.୬୧କୋଟି ଟଙ୍କା ଆୟ କରିଥିଲା ଫିଲ୍ମ ‘କବୀର ସିଂହ’ । ଯାହାଦ୍ୱାରା ଏବେ ଫିଲ୍ମର ସର୍ବମୋଟ ଆୟ ୧୨୦.୮୧କୋଟିରେ ପହଞ୍ଚିଛି । ଅଭିନେତା ଶାହିଦ୍‌ଙ୍କୁ ଏକ ବଡ଼ ସୁପରହିଟ୍‌ ଫିଲ୍ମର ଅପେକ୍ଷା ରହିଥିବା ବେଳେ ଫିଲ୍ମ ‘କବୀର ସିଂହ’ ଶାହିଦ୍‌ଙ୍କ ସେ ଇଚ୍ଛାକୁ ପୂରଣ କରିଛି । ରିଲିଜ୍‌ ହେବାର ୬ଦିନ ମଧ୍ୟରେ ବଡ଼ ବଡ଼ କଳାକାରଙ୍କ ଫିଲ୍ମକୁ ପଛରେ ପକାଇ ଦେଇଛି ଫିଲ୍ମ କବୀର ସିଂହ ।ସେ ମଧ୍ୟରେ ରହିଛି ଅକ୍ଷୟ କୁୁମାରଙ୍କ ଫିଲ୍ମ ‘କେଶରୀ’, ରଣବୀର ସିଂହଙ୍କ ଫିଲ୍ମ ‘ଗଲି ବଏ’ ଏବଂ ଫିଲ୍ମ ‘ଟୋଟାଲ ଧମାଲ’ । ଫିଲ୍ମ ‘କେଶରୀ’ ୮ଦିନରେ ୧୦୫.୮୬କୋଟି ଟଙ୍କା ଆୟ କରିଥିବା ବେଳେ ‘ଗଲି ବଏ’ ୮ଦିନରେ ୧୦୦.୩୦କୋଟି ଟଙ୍କା ଆୟ କରିଥିଲା । ଫିଲ୍ମ ‘ଟୋଟାଲ ଧମାଲ’ ରିଲିଜ୍‌ର ୭ଦିନ ମଧ୍ୟରେ ୯୪.୫୫କୋଟି ଟଙ୍କା ଆୟ କରିଥିଲା । ୧୦୦କୋଟି କ୍ଲବ୍‌ରେ ସାମିଲ ହେବାକୁ ଏହି ୩ଟି ଫିଲ୍ମକୁ ୭-୮ଦିନ ସମୟ ଲାଗିଥବା ବେଳେ କେବଳ ୫ଦିନରେ ଫିଲ୍ମ ‘କବୀର ସିଂହ’ ୧୦୦କୋଟି କ୍ଲବ୍‌ରେ ସାମିଲ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More