Only for Entertainment

‘କବିର ସିଂ’ର ପ୍ରଥମ ଗୀତ ‘ବେଖୟାଲୀ’ ରିଲିଜ, ଏକ ହୋଇପାରିଲେ ନାହିଁ ସାହିଦ- କିଆରା

DNA India
39

ବଲିଉଡ ଅଭିନେତା ସାହିଦ କପୁରଙ୍କ ଆଗାମୀ ଫିଲ୍ମ ‘କବିର ସିଂ’ର ପ୍ରଥମ ଗୀତ ‘ବେଖୟାଲୀ’ ରିଲିଜ ହୋଇସାରିଛି । ଏହି ଗୀଂତରେ ସାହିଦଙ୍କ ସହିତ କିଆରା ଆଡଭାଣୀଙ୍କୁ ଦେଖିବାକୁ ମିଳିଛି । ଗୀତରେ ଦୁହିଁଙ୍କ ଲଭ କେମେଷ୍ଟ୍ରୀ ଦେଖିବାର ଅଛି । ଏହି ଗୀତ ଦେଖିଲା ପରେ ଫିଲ୍ମର ମୋଟା ମୋଟି ଷ୍ଟୋରୀ ବୁଝାପଡୁଛି ।

ଗୀତରେ ସାହିଦ-କିଆରାଙ୍କ କେମେଷ୍ଟ୍ରୀ ସହିତ ପରେ ଦୁହିଁଙ୍କ ବ୍ରେକଅପ ମଧ୍ୟ ଦେଖିବାକୁ ମିଳିଛି । କିପରି କିଆରାଙ୍କ ସହିତ ସମ୍ପର୍କ ଭାଙ୍ଗିବା ପରେ ସାହିଦ ନିଶାରେ ଡୁବି ରହୁଛନ୍ତି ତାହାକୁ ଏହି ଗୀତରେ ସ୍ଥାନ ଦିଆଯାଇଛି । ଏହା ଏକ ରୋମାଣ୍ଟିକ ସଙ୍ଗ ଯାହା ଭଲପାଇବାରେ ଭରି ରହିଛି ।

ଏହି ଗୀତକୁ ସଚେତ ଟଣ୍ଡନ ଗାଇଥିବା ବେଳେ ଏହାର ଲିରିକ୍ସ ଲେଖିଛନ୍ତି ଇରଶାଦ କାମିଲ । ଏହାକୁ କଲ୍ୟାଣ ବରୁଆ ଏବଂ ସଚେତ ଟଣ୍ଡନ ମିଳିତ ଭାବେ କମ୍ପୋଜ କରିଛନ୍ତି । କହିରଖୁଛୁ ଯେ, କବିର ସିଂ ସାଉଥ ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ର ହିନ୍ଦୀ ରିମେକ । ଫିଲ୍ମ ୨୧ ଜୁନରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More