Only for Entertainment

‘କବିର ସିଂ’ର ନୂଆ ଗୀତ ‘କୈସେ ହୁଆ’ ରିଲିଜ, ଦେଖିବାକୁ ମିଳିଲା ସାହିଦ-କିଆରାଙ୍କ ରୋମାଣ୍ଟିକ କେମେଷ୍ଟ୍ରୀ

you tube
34

ବଲିଉଡ ଅଭିନେତା ସାହିଦ କପୁରଙ୍କ ଆଗାମୀ ଫିଲ୍ମ ‘କବିର ସିଂ’ର ଆଉ ଏକ ନୂଆ ଗୀତ ‘କୈସେ ହୁଆ’ ରିଲିଜ ହୋଇଛି । ଏହି ଗୀତରେ ସାହିଦ ଏବଂ କିଆରାଙ୍କ ରୋମାଣ୍ଟିକ କେମେଷ୍ଟ୍ରୀ ଦେଖିବାକୁ ମିଳିଛି । ରିଲିଜ ହୋଇଥିବା ନୂଆ ଗୀତ ‘କୈସେ ହୁଆ’ ଏକ ରୋମାଣ୍ଟିକ ସଙ୍ଗ । ଗୀତରେ ଭିଶାଲ ମିଶ୍ରଙ୍କ ଆକର୍ଷଣୀୟ ଭଏସ ଶୁଣିବାକୁ ମିଳିଛି । ଗୀତର ମ୍ୟୁଜିକ ଦେଇଛନ୍ତି ମନୋଜ ମନ୍ତଶିର ।

ଗୀତରେ ସାହିଦ ଏବଂ କିଆରାଙ୍କ ଜବରଦସ୍ତ ଅନ୍ଦାଜ ଦେଖିବାକୁ ମିଳିଛି । ଏହା ପୂର୍ବରୁ ଫିଲ୍ମର ୩ଟି ଗୀତ ରିଲିଜ ହୋଇଥିଲା । ଏହି ଗୀତ ଗୁଡିକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଫିଲ୍ମ ‘କବିର ସିଂ’ ସାଉଥ ଫିଲ୍ମ ଅର୍ଜୁନ ରେଡ୍ଡୀ ର ହିନ୍ଦୀ ରିମେକ । ଫିଲ୍ମ ୨୧ ଜୁନରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More