Only for Entertainment

ରିଲିଜ ହେଲା ‘କବିର ସିଂ’ର ଦ୍ୱିତୀୟ ଗୀତ, କିଆରାଙ୍କ ପ୍ରେମରେ ଛଟପଟ ହେଉଥିବାର ନଜର ଆସିଲେ ସାହିଦ

Filmydrama
47

ବଲିଉଡ ଅଭିନେତା ସାହିଦ କପୁରଙ୍କ ଆଗାମୀ ଫିଲ୍ମ ‘କବିର ସିଂ’ର ଦ୍ୱିତୀୟ ଗୀତ ‘କିତନା ଚେହନେ ଲେଗେ’ ରିଲିଜ ହୋଇଯାଇଛି । ଏହି ଗୀତରେ ସାହିଦଙ୍କ ସହିତ କିଆରା ଆଡଭାଣୀ ନଜର ଆସିଛନ୍ତି । ଗୀତରେ ସାହିଦ କିଆରାଙ୍କ ଠାରୁ ଅଲଗା ହୋଇ କିପରି ଛଟପଟ ହେଉଛନ୍ତି ତାହା ଦେଖିବାକୁ ମିଳିଛି ।

‘କବିର ସିଂ’ର ଏହି ସ୍ୟାଡ ସଙ୍ଗକୁ ଅରିଜିତ ସିଂ ଗାଇଛନ୍ତି । ଏହାର ଲିରିକ୍ସ ମିଥୁନ ଲେଖିବା ସହିତ ଏହାର ମ୍ୟୁଜିକ ମଧ୍ୟ ଦେଇଛନ୍ତି । ଏହା ହେଉଛି ଫିଲ୍ମର ଦ୍ୱିତୀୟ ଗୀତ ଏହା ପୂର୍ବରୁ ମେକର୍ସ ଫିଲ୍ମର ପ୍ରଥମ ଗୀତ ଏବଂ ଟ୍ରେଲର ରିଲିଜ କରିଥିଲେ । ଯାହାକୁ ଦର୍ଶକ ଖୁବ ପସନ୍ଦ କରିଥିଲେ ।

କହିରଖୁଛୁ ଯେ, ଫିଲ୍ମ ‘କବିର ସିଂ’ ସାଉଥ ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ର ହିନ୍ଦୀ ରିମେକ । ଫିଲ୍ମକୁ ‘ଅର୍ଜୁନ ରେଡ୍ଡୀ’ର ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭାଙ୍ଗା ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମ ୨୧ ଜୁନରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More