କିଛି ଦିନରୁ ବଲିଉଡ ଅଭିନେତା ସାହିଦ୍ କପୁର ନିଜର ଆଗାମୀ ଫିଲ୍ମ କବୀର ସିଂ କୁ ନେଇ ଚର୍ଚ୍ଚାରେ ଅଛନ୍ତି I କିଛି ଦିନ ପୂର୍ବେ ଫିଲ୍ମ ର ଟିଜର ରିଲିଜ ହୋଇଥିବା ବେଳେ ଏବେ ଫିଲ୍ମ ର ଟ୍ରେଲର୍ ରିଲିଜ ହୋଇଛି I
ଫିଲ୍ମରେ ସାହିଦ୍ ଙ୍କୁ ଅଲଗା ଅବତାର ରେ ଦେଖିବାକୁ ମିଳିଛି I ଫିଲ୍ମ ରେ ସାହିଦ୍ ଙ୍କ ବିପକ୍ଷରେ ଅଭିନେତ୍ରୀ କିଆରା ଆଡଭାନୀ ନଜର ଆସିଛନ୍ତି I ଫିଲ୍ମ ସାଉଥ ଫିଲ୍ମ ଅର୍ଜୁନ ରେଡ୍ଡୀ ର ହିନ୍ଦୀ ରିମେକ I ଫିଲ୍ମର ଟ୍ରେଲର୍ ଦର୍ଶକଙ୍କୁ ପସନ୍ଦ ଆସିଥିବା ବେଳେ ଫିଲ୍ମ 21 ଜୁନ 2019 ରେ ରିଲିଜ ହେବ I