Only for Entertainment

ପିଲାଦିନେ ପ୍ରତି ରାତିରେ ଘର ନିକଟରେ ଥିବା କବର ନିକଟକୁ ଯାଉଥିଲେ କାଦର ଖାନ, ଜାଣନ୍ତୁ କାହିଁକି

aajtak
21

କାଦର ଖାନ ତାଙ୍କର ସାନଦାର ଅଭିନୟ ଶୈଳୀରେ ଦର୍ଶକଙ୍କର ଖୁବ ମନୋରଂଜନ କରିଛନ୍ତି । କ୍ୟାରିଅର ଆରମ୍ଭରେ ସେ କେତେକ ଫିଲ୍ମରେ ନେଗେଟିଭ ରୋଲ ମଧ୍ୟ କରିଛନ୍ତି । ଏହାପରେ ସେ କମେଡ଼ିରେ ପାଦ ଦେଲେ । ଉଭୟ ପ୍ରକାରର ଅଭିନୟରେ କାଦର ଖାନଙ୍କୁ ଖୁବ ପସନ୍ଦ କରାଯାଇଛି । ଗତ ବର୍ଷ କିଛି ଉଡ଼ା ଖବର ସାମ୍ନାକୁ ଆସିଥିଲାଯେ କାଦର ଖାନ ଖୁବଶୀଘ୍ର ପରଦାକୁ ଫେରିବେ, କିନ୍ତୁ ହଠାତ ୨୦୧୮ରେ ସେ ଏହି ଦୁନିଆରୁ ବିଦାୟ ନେଲେ । ୨୦୧୮ ଡିସେମ୍ବର ୩୧ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କଲେ । କାଦର ଖାନଙ୍କ ଜନ୍ମ ୨୨ ଅକ୍ଟୋବର ୧୯୩୭ରେ ଆଫଗାନିସ୍ଥାନର କାବୁଲରେ ହୋଇଥିଲା । ତେବେ ଆସନ୍ତୁ ଆଲୋଚନା କରିବା ତାଙ୍କ ପିଲା ଦିନର ଏକ ଘଟଣା ।

 

କାଦରଙ୍କର ଏକ ଖାସ କଥା ହେଉଛି ସେ ପିଲାଦିନେ ରାତିରେ କବର ନିକଟକୁ ଯାଉଥିଲେ । ଦିନେ ହଠାତ ସେଠାରେ ତାଙ୍କ ମୁହଁରେ ଚର୍ଚ୍ଚର ଆଲୋକ ପଡ଼ିଲା । ଟର୍ଚ୍ଚ ଲଗାଇଥିବା ବ୍ୟକ୍ତି କାଦରଙ୍କୁ ପ୍ରଶ୍ନ କଲେଯେ ତୁମେ ଏଠାରେ କ’ଣ କରୁଛ? ସେ କହିଲେ ମୁଁ ରିହର୍ସଲ କରୁଛି । ମୁଁ ଦିନରେ ଯାହା ଭଲରେ ପଢେ ରାତିରେ ଏଠାକୁ ଆସି ରିହର୍ସଲ କରେ । ଯିଏ କାଦରଙ୍କୁ ଏହା ପଚାରିଥିଲେଯେ ସେ ହେଉଛନ୍ତି ଅଶରଫ ଏବଂ ସେ କାଦରଙ୍କୁ ପଚାରିଥିଲେଯେ ନାଟକରେ କାମ କରିବ? ଯାହାପରେ କାଦର ନାଟକରେ ପ୍ରବେଶ କରିଥିଲେ ଏବଂ ଧୀରେ ଧୀରେ ଆରମ୍ଭ ହୋଇଥିଲା ତାଙ୍କ ଫିଲ୍ମ କ୍ୟାରିଅର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More