Only for Entertainment

ଯେତେବେଳେ କାଦର ଖାନଙ୍କ ଇଚ୍ଛା ପୂରା କରିବା ଲାଗି ରାମ ଦେବ ବାବା ଏଭଳି କରିଥିଲେ, ଯାହା ଦେଖି ଭାବୁକ ହୋଇପଡିଥିଲେ ଦିଗ୍ଗଜ ଅଭିନେତା କାଦର !

67

ନିଜ ଅଭିନୟରେ ଲୋକଙ୍କୁ ହସାଉଥିବା କାଦର ଖାନ ଯଦିଓ ଆମେ ହରେଇ ଦେଇଛୁ କିନ୍ତୁ ସେ ଆମ ହୃଦୟରେ ଚୀର ଦିନ ପାଇଁ ମନେ ରହିବେ । ସମୟ ଥିଲା ଯେତେବେଳେ ରାମ ଦେବ ବାବା ତାଙ୍କ ଚେହେରାରେ ଖୁସି ଆଣିବା ପାଇଁ ମ୍ୟାଗି ଖାଇଥିଲେ ।

 ୨୦୧୫ରେ ଯେତେବେଳେ କାଦର ଖାନ ନିଜ ଚିକିତ୍ସା କରିବା ପାଇଁ ପତଂଜଳି ଯୋଗପୀଠ ଆସିଥିଲେ । ପତଂଜଳି ନୁଡଲ୍ସ ଲଂଚ କରିଥିଲେ । ଅଭିନେତା କାଦର ଖାନ ନିଜ ୭୮ତମ ଜନ୍ମଦିନ ପତଂଜଳି ଯୋଗପୀଠରେ ମନାଇଥିଲେ ।

ରାମଦେବ ତାଙ୍କ ପାଇଁ ଯଜ୍ଞ ଏବଂ ଛୋଟ ସମାରୋହର ଆୟୋଜନ ମଧ୍ୟ କରିଥିଲେ । ଏହି ଉତ୍ସବରେ କାଦର ଖାନଙ୍କ ଜନ୍ମଦିନ ପାଳନ କରି ରାମଦେବ ବାବା ତାଙ୍କ ମୁହଁରେ ହସ ଫୁଟାଇବା ଲାଗି ମ୍ୟାଗି ଖାଇଥିଲେ । ଏଠାରେ ଆମେ କହି ରଖୁଛୁ ଯେ ରାମ ଦେବ ବାବା ସବୁବେଳେ ସାତ୍ୱିକ ଭୋଜନ ଖାଆନ୍ତି ଏବଂ ତାଙ୍କୁ ସେ ଦିନ ମ୍ୟାଗି ଖାଉଥିବାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାଦର ଏହା ଦେଖି ଭାବୁକ ହୋଇପଡିଥିଲେ ଏବଂ କହିଥିଲେ ତାଙ୍କୁ ପତଂଜଳି ଆସି ଭଲ ଲାଗିଲା ଯାହା ସେ କେବେ ଭାବି ନଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More