Only for Entertainment

କାଜଲ ଅଗ୍ରୱାଲ ପ୍ରଥମ ସାଉଥ ଇଣ୍ଡିଆନ ଅଭିନେତ୍ରୀ ଯାହାଙ୍କ ମହମ ପ୍ରତିମୂର୍ତ୍ତି ଦେଖିବାକୁ ମିଳିବ ମ୍ୟୁଜିଅମରେ, ଦେଖନ୍ତୁ ଫଟୋ ।

56

ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କ ମହମ ପ୍ରତିମୂର୍ତ୍ତି ମ୍ୟାଡମ ତୁଷାଦରେ ଲଗାଯିବ । ଏହାର ସୂଚନା ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ ଜଣାଇଛନ୍ତି । ୱାକ୍ସ ଷ୍ଟାଚୁ ପାଇଁ ତାଙ୍କ ମାପ ହେଉଥିବା ଫଟୋ ମଧ୍ୟ ଶେୟାର କରିଛନ୍ତି । ସେ ସାଉଥ ଇଣ୍ଡିଆନର ଫିଲ୍ମର ପ୍ରଥମ ଅଭିନେତ୍ରୀ ଯାହାଙ୍କୁ ଏହି ମ୍ୟୁଜିୟମରେ ସ୍ଥାନ ମିଳିଛି । ତାଙ୍କର ପ୍ରତିମୂର୍ତ୍ତି ଉଦ୍ଘାଟନ ସିଙ୍ଗାପୁରରେ ୫ଫେବୃୟାରୀ ୨୦୨୦ରେ କରାଯିବ ।

କାଜଲ ଏହି ମଉକାରେ ଲେଖିଛନ୍ତି ଯେ ସେ ଯେତେବେଳେ ଛୋଟ ଥିଲେ ମ୍ୟାଡମ ତୁଷାଦରେ ପ୍ରସିଦ୍ଧ ଲୋକଙ୍କ ପ୍ରତିମୂର୍ତ୍ତି ଦେଖି ସମ୍ମୋହିତ ହୋଇଯାଉଥିଲେ । ଏବେ ସେମାନଙ୍କ ମଧ୍ୟରେ ନିଜ ସ୍ଥାନ ପାଇଥିବାରୁ ସେ ଖୁବ ଉତ୍ସାହିତ । ଘଂଟା ଘଂଟା ଧରି ପାଗଳଙ୍କ ଭଳି କାମ କରିବା ଏବଂ ବ୍ୟକ୍ତିଗତ ତ୍ୟାଗ ତାଙ୍କୁ ଏହି ଉନ୍ନତି ଆଣିଦେଇଛି । ଏହାସହ ସେ ପ୍ରଶଂସକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ କାଜଲ ଆଗାମୀ ଫିଲ୍ମ ‘ମୁମ୍ବାଇ ସାଗା’, କ୍ୱିନ ଫିଲ୍ମର ତାମିଲ ରିମେକ ପ୍ୟାରିସ ପ୍ୟାରିସ ଏବଂ କମଲ ହାସନଙ୍କ ‘ଇଣ୍ଡିଆନ୨’ରେ ନଜର ଆସିବେ । ମୁମ୍ବାଇ ସାଗାରେ ଅଭିନେତ୍ରୀଙ୍କ ବ୍ୟତୀତ ଜନ ଇବ୍ରାହିମ, ଇମରାନ ହାସମୀ, ଜ୍ୟାକି ଶ୍ରଫ, ସୁନୀଲ ସେଟ୍ଟୀ, ପ୍ରତିକ ବବର, ଗୁଲସନ ଗ୍ରୋବର, ସମୀର ସୋନି ଏବଂ ରୋହିତ ରୟଙ୍କ ଭଳି କଳାକାର ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More