Only for Entertainment

କାଜଲଙ୍କ ଖୁଲାସା ! ୨୫ ବର୍ଷ ମଧ୍ୟରେ ନେଇନାହାଁନ୍ତି ଗୋଟିଏ ବି ଛୁଟି

Eastern Eye
0 42

ବି-ଟାଉନର ଶ୍ରେଷ୍ଠ ନାୟିକା କାଜଲଙ୍କ ବିଷୟରେ ଏକ ନୂଆ କଥା ଜାଣିବାକୁ ମିଳିଛି । ଏକ ଇଣ୍ଟରଭ୍ୟୁରେ କାଜଲ ଏମିତି କିଛି କହିଛନ୍ତି ଯାହା ତାଙ୍କ ସରଳତାକୁ ସମ୍ପୂର୍ଣ୍ଣ ଭାବେ ଦର୍ଶାଇଛି । ଦୀର୍ଘ ବର୍ଷ ଧରି ବଲିଉଡର କୁଇନ ସାଜିଥିବା କାଜଲ ଅଭିନୟରେ ଯେତିକି ଲୋକଙ୍କୁ ପ୍ରଭାବିତ କରିଛନ୍ତି ନିଜ ସରଳତା ପାଇଁ ତାହାଠାରୁ ଅଧିକ ଲୋକଙ୍କୁ ଆପଣାଇ ନେଇ ପାରିଛନ୍ତି । ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଥିବା କାଜଲ ବଲିଉଡ ଇଣ୍ଡଷ୍ଟ୍ରିର ପ୍ରଫେସନାଲ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ । ଅନ୍ୟ ଅଭିନେତ୍ରୀଙ୍କ ପରି ବେଶି ନଖାରାମି ଦେଖାନ୍ତି ନାହିଁ କାଜଲ ।

ଏକ ଇଣ୍ଟରଭ୍ୟୁରେ କାଜଲ କହିଛନ୍ତି, ୨୫ ବର୍ଷର କ୍ୟାରିଅର ମଧ୍ୟରେ ସେ କେବେ ହେଲେ ସୁଟିଂ ବାତିଲ କରିନାହାନ୍ତି । କେବଳ ସୁଟିଂ ନୁହେଁ ଆଜି ପର୍ୟ୍ୟନ୍ତ କେବେ ସେ ଫ୍ଲାଇଟ ମଧ୍ୟ ମିସ କରିନାହାନ୍ତି । ଯାହା ତାଙ୍କ ସମୟାନୁବର୍ତ୍ତିତାକୁ ଦର୍ଶାଉଛି । କାଜଲଙ୍କ କହିବା ଅନୁଯାୟୀ, ବ୍ୟକ୍ତଗତ କାରଣ ପାଇଁ ସେ କେବେ ଫିଲ୍ମ ସୁଟିଂ ବାତିଲ କରିନାହାନ୍ତି । କାରଣ ଗୋଟିଏ ଦିନ ସୁଟିଂ ବନ୍ଦ ରହିଲେ ଲକ୍ଷ ଲକ୍ଷ ଟଙ୍କା କ୍ଷତି ହୋଇଥାଏ ତାହା ସେ ବେଶ ଭଲଭାବେ ଜାଣିଛନ୍ତି । ଜଣେ ପ୍ରଫେସନାଲ ଅଭିନେତ୍ରୀ ହିସାବରେ ଏହିସବୁ ଦିଗ ପ୍ରତି ଅଧିକ ଧ୍ୟାନ ଦେଇଥାନ୍ତି ବୋଲି ସେ କହିଛନ୍ତି ।

କାଜଲଙ୍କ କହିବା ଅନୁଯାୟୀ, ଅଭିନେତ୍ରୀଙ୍କ ପାଇଁ ସ୍ୱାସ୍ଥ୍ୟ ସବୁଠାରୁ ଏକ ବଡ ସମସ୍ୟା । ଲମ୍ବା ସୁଟିଂ, ରାତ୍ରି ଅନିଦ୍ରା, ସୁନ୍ଦରତାକୁ ବଜାୟ ରଖିବା ଏବଂ ଫିଟ ରହିବା ଅଭିନେତ୍ରୀଙ୍କ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ । ୪୩ ବର୍ଷୀୟ କାଜୋଲ କହିଛନ୍ତି ନିଜର ଲମ୍ବା କ୍ୟାରିଅର ଭିତରେ କେବଳ ଥରେ ମାତ୍ର ଛୁଟି ନେଇଛନ୍ତି ।

ଝିଅ ନ୍ୟାସାକୁ ଭୀଷଣ ଜ୍ୱର ହୋଇଥିବା ବେଳେ ସେ ପ୍ରଯୋଜକଙ୍କୁ କହି ଛୁଟି ଆଣିଥିଲେ ତେବେ ନିଜ ପାଇଁ କେବେ ସୁଟିଂ ବାତିଲ କରି ନଥିବା କହିଛନ୍ତି କାଜଲ । ଏପରିକି ଦେହ ଖରାପ ଥିଲେ ମଧ୍ୟ ସେ ସୁଟିଂ କରିଥାନ୍ତି ବୋଲି କହିଛନ୍ତି କାଜୋଲ । ଯାହାର ଫଳ ତାଙ୍କୁ ପରବର୍ତ୍ତୀ ସମୟରେ ମିଳିଥିଲା ।

କାଜଲଙ୍କର କ୍ୟାରିଅର ପ୍ରତି ଏଭଳି ନିଷ୍ଠା ଅପକମିଙ୍ଗ ଅଭିନେତ୍ରୀମାନଙ୍କ ପାଇଁ ଏକ ଉଦାହରଣ । ଏବେ ବଲିଉଡ ଅଭିନେତ୍ରୀ ମାନେ ସୁଟିଂ ସେଟକୁ ଯିବା ପାଇଁ ବିଭିନ୍ନ ନଖରା ଦେଖାଇଥାନ୍ତି ଏବଂ ସୁଟିଂ ସିଡ୍ୟୁଲ ବାରମ୍ବାର ପରିବର୍ତ୍ତନ କରୁଥିବା ସମୟରେ କାଜଲଙ୍କ ପାଇଁ ଆମେ ଗର୍ବ କରିବା ଦରକାର । ଆଜି କାଜଲ ଯେଉଁ ସଫଳତାକୁ ଛୁଇଁ ପାରିଛନ୍ତି ତାହା ସାଧାରଣ କଥା ନୁହେଁ । ଆଜି ମଧ୍ୟ ବଲିଉଡର ଟପ ଏବଂ ସଫଳ ଅଭିନେତ୍ରୀଙ୍କ ମଧ୍ୟରୁ ସେ ଜଣେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More