ମାଡାମ ତୁଷାଦ ମ୍ୟୁଜିୟମରେ ରହିବ କାଜୋଲଙ୍କ ମହମ ପ୍ରତିମୂର୍ତ୍ତି
ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତ୍ରୀ କାଜଲ ଅଗ୍ରଓ୍ୱାଲଙ୍କ ମହମ ପ୍ରତିମା ଖୁବ ଶୀଘ୍ର ସିଙ୍ଗାପୁରର ମାଡମ୍ ତୁସାଦ ସଂଗ୍ରହାଳୟରେ ସ୍ଥାନିତ ହେବ ବୋଲି ଜଣାଯାଇଛି। ଏକଥା କାଜଲ ନିଜେ ସୋସିଆଲ ମିଡିଆରେ ଫଟୋ ସହିତ ସେୟାର କରିଛନ୍ତି।
କାଜଲ କହିଛନ୍ତି ଯେ ଉକ୍ତ ପ୍ରତିମା ଲାଗି ସେ ବେଶ ଉତ୍ସାହିତ ଅଛନ୍ତି। ଆଗାମୀ ୨୦୨୦ ଫେବ୍ରୁଆରି ମାସ ୫ ତାରିଖରେ ତାଙ୍କର ଏହି ମହମ ପ୍ରତିମା ସିଙ୍ଗାପୁରର ମାଡମ୍ ତୁସାଦ ସଂଗ୍ରହାଳୟରେ ଉନ୍ମୋଚିତ ହେବ ବୋଲି ବି ସେ ସୂଚନା ଦେଇଛନ୍ତି।
କାଜଲ ହେଉଛନ୍ତି ପ୍ରଥମ ଦକ୍ଷିଣ ଭାରତୀୟ ଅଭିନେତ୍ରୀ, ଯାହାଙ୍କର ଏଭଳି ପ୍ରତିମା ସିଙ୍ଗାପୁରର ମାଡମ୍ ତୁସାଦ ସଂଗ୍ରହାଳୟରେ ଉନ୍ମୋଚିତ ହେବ। ତେବେ ପୂର୍ବରୁ ଦକ୍ଷିଣ ଭାରତୀୟ ଅଭିନେତା ମହେଶ ବାବୁ ଏବଂ ପ୍ରଭାସଙ୍କର ପ୍ରତିମା ସିଙ୍ଗାପୁରର ମାଡମ୍ ତୁସାଦ ସଂଗ୍ରହାଳୟରେ ସ୍ଥାନିତ ହୋଇସାରିଛି।