Only for Entertainment

ଆକ୍ସନ ଫିଲ୍ମରେ କାମ କରିବାକୁ ଚାହୁଁଛନ୍ତି କାଜୋଲ ।

Brown Girl Magazine
0 50

ବଲିଉଡରେ ନିଜର ପେଖତ ଅଭିନୟ ପାଇଁ ପ୍ରସିଦ୍ଧ ଅଭିନେତ୍ରୀ କାଜୋଲ ଆକ୍ସନ ଫିଲ୍ମରେ କାମ କରିବାକୁ ଚାହୁଁଛନ୍ତି । କାଜୋଲ ନିଜ କ୍ୟାରିୟରରେ କେବଳ ରୋମାଣ୍ଟିକ ଏବଂ କମେଡି ଫିଲ୍ମରେ କାମ କରିଛନ୍ତି । କଜୋଲ ଖୁବ ଶୀଘ୍ର ଫିଲ୍ମ ‘ହେଲିକାପ୍ଟର ଇଲା’ରେ ନଜର ଆସିବେ । ଏହି ଫିଲ୍ମ ମା’ ଏବଂ ପୁଅର କାହାଣୀ ଉପରେ ଆଧାରିତ । ନିକଟରେ କାଜୋଲ ଏକ ଆକ୍ସନ ଫିଲ୍ମ କରିବା ପାଇଁ ଚାହୁଁଛନ୍ତି ବୋଲି କହିଛନ୍ତି । କାରଣ ଏହା ପୂର୍ବରୁ ସେ ଆକ୍ସନ ଫିଲ୍ମରେ କାମ କରିନାହାଁନ୍ତି । ଏହା ସହିତ ସେ କମେଡି ଏବଂ ହରର ଫିଲ୍ମ କରିବାକୁ ମଧ୍ୟ ଆଗ୍ରହୀ ।

କାଜୋଲଙ୍କ କହିବା ଅନୁସାରେ ସେ ଯଦି ବି କୌଣସି ହରର ଫିଲ୍ମରେ କାମ କରିବେ ତାକୁ ଦେଖିବାକୁ ଯିବେନାହିଁ । କାରଣ ହରର ଫିଲ୍ମର ପୋଷ୍ଟର ଦେଖିବାକୁ ହିଁ ତାଙ୍କୁ ଡର ଲାଗିଥାଏ । ଫିଲ୍ମ ବ୍ୟତିତ କବିତ ଲେଖିବା ଏବଂ କବିତା ପଢିବାକୁ ତାଙ୍କୁ ପସନ୍ଦ ବୋଲି କାଜୋଲ କହିଥିଲେ ।

ଏହା ସହିତ କାଜୋଲ କହିଥିଲେ ସେ ଖୁବ କମ ଫିଲ୍ମ କରୁଥିବାରୁ ତାଙ୍କ ଫ୍ୟାନ୍ସ ତାଙ୍କୁ ପସନ୍ଦ କରିଥାନ୍ତି । ଏହା ବ୍ୟତିତ କାଜେଲ କହିଥିଲେ ସେ କେବଳ ଫିଲ୍ମ କରିବା ପାଇଁ କାମ କରୁନାହାଁନ୍ତି ବରଂ ଫିଲ୍ମରେ ପରିଶ୍ରମ ମଧ୍ୟ କରିଥାନ୍ତି । ଏହା ସହିତ ସେହିଭଳି ଫିଲ୍ମ ସାଇନ କରିଥାନ୍ତି ଯାହା ତାଙ୍କୁ ଏକ ନୂଆ ଶକ୍ତି ଯୋଗାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More