Only for Entertainment

କଳଙ୍କ ଟିଜର : ରିଲିଜ ହେଲା ବରୁଣ ଧୱନ-ଆଲିଆ ଭଟ୍ଟ ଷ୍ଟାରର ଫିଲ୍ମର ଧମାକାଦାର ଟିଜର, ଦେଖିଲେ ଲୋମ ଟାଙ୍କୁଳି ଉଠିବ

India Today
41

କରଣ ଜୋହର ଯେବେ ଠାରୁ ନିଜ ମଲ୍ଟିଷ୍ଟାରର ଫିଲ୍ମ ‘କଳଙ୍କ’ର ଘୋଷଣା କରିଛନ୍ତି  ସେବେଠାରୁ ଫିଲ୍ମକୁ  ନେଇ ଲୋକଙ୍କ ମନରେ ଉତ୍କଣ୍ଠା ଲାଗି ରହିଛି । ଇତି ମଧ୍ୟରେ କିଛି ସମୟ ପୂର୍ବରୁ ଫିଲ୍ମର ଧମାକାଦାର ଟିଜର ରିଲିଜ କରାଯାଇଛି । ୨ ମିନିଟ ୫ ସେକେଣ୍ଡର ଏହି  ଟିଜରକୁ ଆପଣ ବାରମ୍ବାର ଦେଖିବାକୁ ପସନ୍ଦ କରିବେ ।

ଟିଜର ବିଷୟରେ କହିବାକୁ ଗଲେ ଭିଡିଓର ଆରମ୍ଭ ବରୁଣ  ଧୱନଙ୍କ ଦମଦାର ଡାଇଲଗ ସହିତ ଆରମ୍ଭ ହୋଇଛି ଏବଂ ଆଲିଆଙ୍କ ଡାଇଲଗରେ  ଶେଷ ହୋଇଛି । ଭିଡିଓର ବ୍ୟାକଗ୍ରାଉଣ୍ଡରେ ବାଜୁଥିବା ମ୍ୟୁଜିକ ଶୁଣିଲେ ଆପଣଙ୍କ ଲୋମ ମଧ୍ୟ ଟାଙ୍କୁଳି ଉଠିବ ।  ଏହି ଟିଜରରେ  ପ୍ରତ୍ୟେକ  ଚରିତ୍ରକୁ ନିଖୁଣ ଭାବେ ଦର୍ଶା ଯାଇଛି ।

ଦେଖନ୍ତୁ-

ଫିଲ୍ମରେ ବରୁଣ, ଆଲିଆଙ୍କ ସହିତ ଆଦିତ୍ୟ ରୟ କପୁର, ମା ଧୁରୀ ଦିକ୍ଷୀତ, ସୋନାକ୍ଷୀ ସିହ୍ନା ଏବଂ ସଂଜୟ ଦତ୍ତ  ନଜର ଆସିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ ବର୍ମନ । ଫିଲ୍ମ ୧୭ ଏପ୍ରିଲରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More