Only for Entertainment

୨୧ ବର୍ଷ ପରେ ବଡ ପରଦାକୁ ଫେରିବ ସଂଜୟ-ମାଧୁରୀଙ୍କ ଯୋଡି, ଜାଣନ୍ତୁ କେଉଁ ଫିଲ୍ମରେ ଆସିବେ ନଜର

YouTube
0 33

ଏକ ସମୟରେ ସଂଜୟ ଦତ୍ତ ଏବଂ ମାଧୁରୀ ଦୀକ୍ଷିତଙ୍କ ଯୋଡି ବଲିଉଡରେ ଖୁବ ଛାଇ ରହିଥିଲା । ଦୁହେଁ ସାଜନ, ଖଳନାୟକ ପରି ଫିଲ୍ମରେ ଏକା ସହିତ ନଜର ଆସିଥିଲେ । ଏବେ ଦୁହେଁ ଦୀର୍ଘ ୨୧ ବର୍ଷ ପରେ ପୁଣିଥରେ ଏକାଠି ସ୍କ୍ରିନ ସେୟାର କରିବେ ।

ଖବର ଅନୁସାରେ, କରଣ ଜୋହରଙ୍କ ଫିଲ୍ମ ‘ଶିଦ୍ଧତ’ରେ ପ୍ରଥମେ ଶ୍ରଦେବୀଙ୍କୁ କାଷ୍ଟ କରିବାର ଥିଲା କିନ୍ତୁ ତାଙ୍କର ଅଚାନକ ନିଧନ ପରେ ଏହି ଭୂମିକା ପାଇଁ ମାଧୁରୀଙ୍କୁ ସାଇନ କରାଯାଇଛି । ଫିଲ୍ମରେ ବରୁଣ ଧାୱନ ଏବଂ ଆଲିୟା ଭଟ୍ଟ ମଧ୍ୟ ପୁଣିଥରେ ବଡ ପରଦାରେ ନଜର ଆସିବେ । କିନ୍ତୁ ଏହି ଫିଲ୍ମର ନାମକୁ ପରିବର୍ତ୍ତନ କରାଯାଇ ‘କଳଙ୍କ’ ରଖାଯାଇଛି ।


ନିକଟରେ ଆଲିୟା ଭଟ୍ଟ ଟୁଇଟର ହ୍ୟାଣ୍ଡେଲରେ ଫିଲ୍ମର ପୋଷ୍ଟରକୁ ରିଲିଜ କରିବା ସହୁିତ ଫିଲ୍ମ ବିଷୟରେ ସୂଚନା ଦେଇଛନ୍ତି । ଫିଲ୍ମରେ ମାଧୁରୀ, ସଂଜୟ, ବରୁଣ ଏବଂ ଆଲିୟାଙ୍କ ବ୍ୟତିତ ସୋନାକ୍ଷୀ ସିହ୍ନା ଏବଂ ଆଦିତ୍ୟ ରାୟ କପୁର ମଧ୍ୟ ନଜର ଆସିବେ ।

ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ଅଭିଷେକ ବର୍ମନ ତୁଲାଇବେ । ଖବର ଅନୁସାରେ ଏହି ଫିଲ୍ମକୁ ନିର୍ମାଣ କରିବାର ନିର୍ଣ୍ଣୟ କରଣ ଜୋହର ଏବଂ ତାଙ୍କ ପିତା ୟଶ ଜୋହର ୧୫ ବର୍ଷ ପୂର୍ବେ ନେଇଥିଲେ । ଶେଷରେ ଏହି ଫିଲ୍ମର କାମ ଆରମ୍ଭ ହୋଇଛି । ଫିଲ୍ମକୁ ଆଗାମୀ ବର୍ଷ ୧୯ ଏପ୍ରିଲରେ ରିଲିଜ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More