Only for Entertainment

‘କଳଙ୍କ’କୁ ସୁପରହିଟ କରିବା ପାଇଁ କୌଣସି ମଉକାକୁ ହାତଛଡା କରୁନାହାଁନ୍ତି କରଣ ଜୋହର, ଏକ ମାସ ପୂର୍ବରୁ ଆରମ୍ଭ କଲେ ଆଡଭାନ୍ସ ବୁକିଂ

you tube
32

ଦୁଇ ଦିନ ପୂର୍ବରୁ କରଣ ଜୋହର ନିଜର ମଲ୍ଟିଷ୍ଟାରର ଫିଲ୍ମ ‘କଲଙ୍କ’ର ଟିଜର ରିଲିଜ କରିଛନ୍ତି । ଏହି ଟିଜରକୁ ଦର୍ଶକଙ୍କ ସହିତ ବଲିଉଡର ଅନେକ ସେଲିବ୍ରିଟି ମଧ୍ୟ ପସନ୍ଦ କରିଛନ୍ତି । ଫିଲ୍ମର କାହାଣୀ ୪୦ ଦଶକର ବୋଲି ଜଣା ପଡିଛି । ଏବେ ଏହି ଫିଲ୍ମକୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ଏହି ଫିଲ୍ମକୁ ସୁପରହିଟ ବନାଇବା ପାଇଁ କରଣ ଜୋହର କୌଣସି ମଉକାକୁ ହାତଛଡା କରୁନାହାଁନ୍ତି ।

ଅସଲରେ କରଣଙ୍କ ଏହି ଫିଲ୍ମ ୧୭ ଏପ୍ରିଲରେ ପରଦାକୁ ଆସିବ । ଫିଲ୍ମର ରିଲିଜ ହେବାକୁ ଏକ ମାସ ଥିଲେ ମଧ୍ୟ କରଣ ଜୋହର ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ କରିଦେଇଛନ୍ତି । ଏଥିରୁ ଜଣାପଡୁଛି ଯେ, ଫିଲ୍ମ ଆରମ୍ଭରୁ ହିଁ ହାଉସ ଫୁଲ ରହିବ ।

କହିରଖୁଛୁ ଯେ, ଫିଲ୍ମରେ ବରୁଣ ଧୱନ, ଆଲିଆ ଭଟ୍ଟଙ୍କ ଦମଦାର ଯୋଡି ନଜର ଆସିବେ । ଫିଲ୍ମରେ ଆଲିଆ ଏବଂ ବରୁଣଙ୍କ ବ୍ୟତିତ ସଂଜୟ ଦତ୍ତ, ମାଧୁରୀ ଦୀକ୍ଷିତ, ସୋନାକ୍ଷୀ ସିହ୍ନା ଏବଂ ଆଦିତ୍ୟ ରୟ କପୁରଙ୍କ ପରି କଳାକାର ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More