Only for Entertainment

୯ ବର୍ଷ ବୟସରେ ହୋଇଥିଲା ଏହି ଅଭିନେତ୍ରୀଙ୍କ ଯୌନ ଶୋଷଣ,ଏବେ ହେଲା ଖୁଲାସା ।

bollywood tadka
38

ବଲିଉଡ ଅଭିନେତ୍ରୀ କଳକୀ କୋଚଲିନଙ୍କୁ ନିକଟରେ ଫିଲ୍ମ ଗଲି ବଏରେ ଦେଖିବାକୁ ମିଳିଥିଲା । ଏହି ବଲିଉଡ ଅଭିନେତ୍ରୀ ଶୁକ୍ରବାରକୁ ଚଣ୍ଡିଗଡ଼ରେ ବ୍ଲେଣ୍ଡର ପ୍ରାଇଡର ଏକ ଇଭେଂଟରେ ଯୋଗ ଦେବାକୁ ଯାଇଥିଲେ । ସେ ଚଣ୍ଡିଗଡ଼ କ୍ଲବରେ ପ୍ରସିଦ୍ଧ ଫ୍ୟାଶନ ଡିଜାଇନର ବରୁଣ ବହଲଙ୍କ କଲେକ୍ସନ ପ୍ରଦର୍ଶନ କରିଛନ୍ତି । କହିରଖୁଛୁଯେ ଏହି ଫ୍ୟାଶନ ଶୋ’ରେ କଳକୀଙ୍କ ବ୍ୟତୀତ ଫରହାନ ଅଖତରଙ୍କ ଗର୍ଲଫ୍ରେଣ୍ଡ ଶିବାନୀ ଦାଣ୍ଡେକର ଏବଂ ଅର୍ଜୁନ ରାମପାଲଙ୍କ ଗର୍ଲଫ୍ରେଣ୍ଡ ଗର୍ଲଫ୍ରେଣ୍ଡ ଗୋବ୍ରିଏଲା ଡେମେଟ୍ରିଏଡସ ମଧ୍ୟ ପହଂଚିଥିଲେ । ନିକଟରେ ଏକ ଇଂଟରଭ୍ୟୁରେ ସେ ତାଙ୍କ ଜୀବନ ସହିତ ଜଡ଼ିତ କିଛି କଥାର ଖୁଲାସା କରିଛନ୍ତି । ଏହା ମଧ୍ୟରେ ସେ ଏଭଳି ଏକ କଥା କହିଲେ ଯାହା ଆଜି ମଧ୍ୟ ତାଙ୍କୁ ମନେ ପଡ଼ିଯାଏ ।

କଳକୀଙ୍କ ସହିତ ପିଲାଦିନେ ଯାହା ହୋଇଥିଲା ତାହାକୁ ଭାବି ସେ ଆଜିକାଲିର ବାପାମାଙ୍କୁ ପରାମର୍ଶ ଦେଉଛନ୍ତିଯେ ସେକ୍ସ ଏବଂ ପ୍ରାଇଭେଟ କଥା ସଂପର୍କରେ ପିଲାମାନଙ୍କ ସହିତ ଖୋଲିକରି କଥା ହେବାପାଇଁ । ତାଙ୍କ କହିବା ଅନୁସାରେ ତାଙ୍କ ବାପାମା ଯଦି ସେହିଭଳି ଖୋଲିକରି କଥା ହୋଇଥାନ୍ତେ ତେବେ ତାଙ୍କ ସହିତ ୯ ବର୍ଷ ବୟସରେ ଯୌନ ଶୋଷଣ ହୋଇନଥାନ୍ତା ।

କଳକୀଙ୍କ କହିବା ଅନୁସାରେ ୯ ବର୍ଷ ବୟସରେ ସେ ଜଣେ ବ୍ୟକ୍ତିକୁ ତାଙ୍କ ସହିତ ଯୌନ ସଂପର୍କ ରଖିବା ପାଇଁ ଅନୁମତି ଦେଇଥିଲେ, କାରଣ ସେ ଏହାର ଅର୍ଥ ଜାଣିନଥିଲେ । ଏହାପରେ ଡରରେ ସେ ଏହିକଥା ତାଙ୍କ ମା’ଙ୍କୁ ବହୁ ବର୍ଷ ପର୍ଯ୍ୟନ୍ତ ଲୁଚାଇ ରଖିଥିଲେ । କାର କହିବା ପାଇଁ ଆତ୍ମବିଶ୍ୱାସ ଦରକାର ଏବଂ ଜାଗରଣ ରହିବା ଉଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More