Only for Entertainment

ବିହାରର ବୋଲ୍ଡ ଅଭିନେତ୍ରୀଙ୍କୁ ଏକତା ବନାଇବେ ଡାୟନ, ତଲାସ ଚାଲିଛି ଏବେ ମହାଡାୟନ’ର !

Hindustan Times
0 58

ଫିଲ୍ମ ଜିନ୍ଦେଗୀ ନା ମିଲେଗୀ ଦୁବାରା ଏବଂ ଏକ ଥି ଡାୟନ ଭଳି ଫିଲ୍ମରେ ଫିଲ୍ମରେ ନିଜର ଅଭିନୟ ଦ୍ୱାରା ଦର୍ଶକଙ୍କ ହୃଦୟ ଜିତିଥିବା ବଲିଉଡ ଅଭିନେତ୍ରୀ କଲ୍କି କୋଚଲିନ ଖୁବ ଶୀଘ୍ର ଛୋଟ ପରଦାରେ ନଜର ଆସି ପାରନ୍ତି । ଏଠାରେ ଶୁଣିବାକୁ ମିଳିଛି ଯେ ସେ ଏକ ହରର ସିରିଅଲ ସହ ଛୋଟ ପରଦାରେ ନଜର ଆସିବେ ।

 

 

 

 

ମିଡିଆରେ ଚାଲିଥିବା ଖବର ଅନୁସାରେ କଳ୍କି କୋଚଲିନ ଖୁବ ଶୀଘ୍ର ଏକତା କପୁରଙ୍କ ସିରିଅଲ ‘ନଜର’ରେ ନଜର ଆସିବେ । ଇଂରାଜୀ ୱେବସାଇଟ ଡିଏନଏ ଖବର ମୁତାବକ ଏକତା କପୁର ନିଜ ସିରିଅଲ ପାଇଁ ଡାହାଣୀ ଭୂମିକା ପାଇଁ ବିଗବସର ଏକ୍ସ ପ୍ରତିଯୋଗୀ ତଥା ଭୋଜପୁରୀ ଅଭିନେତ୍ରୀ ମୋନାଲିସାକୁ ବଛାଯାଇଛି ।

ଏବେ ଏକତା ମହାଡାୟନର ତଲାସ କରୁଛନ୍ତି । ଏଥିପାଇଁ ଏକତା କପୁରଙ୍କ ଟିମ କଳ୍କି କୋଚଲିନ ୨୦୧୩ରେ ଆସିଥିବା ହରର ଫିଲ୍ମ ‘ଏକ ଥି ଡାୟନ’ରେ ଅଭିନୟ କରି ସାରିଛନ୍ତି । ସେହିଭଳି କଥା ହେବା ଯଦି ଏକତା କପୁରଙ୍କ ସମ୍ପର୍କରେ ତେବେ ସିରିଅଲ ନଜରର ଟିଜର କିଛିଦିନ ତଳେ ରିଲିଜ କରାଯାଇଥିଲା । ମାତ୍ର ଏହି ସିରିଅଲକୁ ନେଇ କୌଣସି ଖୁଲାସା କରାଯାଇନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More