Only for Entertainment

ସାଉଥ ଫିଲ୍ମ ‘କଂଚନା’ର ରିମେକରେ ଅକ୍ଷୟ କୁମାରଙ୍କ ସହିତ ରୋମାନ୍ସ କରିବେ କିଆରା ଆଡଭାଣୀ, ଆର ମାଧବନ ମଧ୍ୟ ଆସିବେ ନଜର

Free Press Journal
24

ଗୋଟିଏ ପଟେ ଅକ୍ଷୟ କୁମାରଙ୍କ ଫିଲ୍ମ ‘କେଶରୀ’ ବକ୍ସ ଅଫିସରେ ଧମାଲ କରୁଥିବା ବେଳେ ଅନ୍ୟ ପକ୍ଷରେ ସେ ତାଙ୍କର ନୂଆ ନୂଆ ଫିଲ୍ମ ବିଷୟରେ ଘୋଷଣା କରିବାରେ ଲାଗିଛନ୍ତି । ଖବର ଅନୁସାରେ ଅଭିନେତା ଅକ୍ଷୟ କୁମାର ସାଉଥର ଜବରଦସ୍ତ ହରର କମେଡି ଫିଲ୍ମ ‘କଂଚନା’ର ରିମେକରେ ନଜର ଆସିବେ ।

ଫିଲ୍ମରେ ନିର୍ମାତା କିଛି ଦିନରୁ ଏହି ଫିଲ୍ମ ପାଇଁ ଅଭିନେତ୍ରୀ କିଆରା ଆଡଭାଣୀଙ୍କୁ ଆପ୍ରୋଚ କରିଥିଲେ । ଏକ ଏଣ୍ଟରଟେନମେଣ୍ଟ ପୋର୍ଟାଲ ଅନୁସାରେ ଫଏହି ଫିଲ୍ମ ପାଇଁ ମେକର୍ସ କିଆରାଙ୍କ ନାମକୁ ଫାଇନାଲ କରିଦେଇଛନ୍ତି । ଏହା ମଧ୍ୟ ଶୁଣିବାକୁ ମିଳୁଛି ଏହି ଫିଲ୍ମ ପାଇଂ ଅଭିନେତା ଆର ମାଧବନଙ୍କୁ ମଧ୍ୟ ଅଫର ମିଳିଛି । ରିପୋର୍ଟ ଅନୁସାରେ ମେକର୍ସ ଅକ୍ଷୟଙ୍କ ଅପୋଜିଟରେ କିଆରାଙ୍କୁ କାଷ୍ଟ କରିବା ପାଇଁ ଖୁବ ଉତ୍ସାହିତ ଅଛନ୍ତି । ଏହା ସହିତ କିଆରାଙ୍କୁ ମଧ୍ୟ ଫିଲ୍ମର ସ୍କ୍ରିପ୍ଟ ଖୁବ ପସନ୍ଦ ଆସିଛି । ଏବା ସହିତ ମାଧବନ ମଧ୍ୟ ଫିଲ୍ମରେ କାମ କରିବା ପାଇଁ ହଁ ଭରିଛନ୍ତି । ତେବେ ଏହି ୩ ଷ୍ଟାର୍ସଙ୍କୁ ପରଦାରେ ଏକା ସହିତ ଦେଖିବା ଫ୍ୟାନ୍ସଙ୍କ ପାଇଁ ଖୁବ ଖୁସିର କଥା ।

ଅକ୍ଷୟଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ସେ ଖୁବ ଶୀଘ୍ର ରୋହିତ ସେଟ୍ଟୀଙ୍କ ଫିଲ୍ମ ସୂର୍ଯ୍ୟବଂଶୀରେ ନଜର ଆସିବେ । ଏହା ବ୍ୟତିତ ତାଙ୍କୁ ହାଉସଫୁଲ-୪, ମିଶନ ମଙ୍ଗଳ ଏବଂ ଗୁଜ ନ୍ୟୁଜରେ ମଧ୍ୟ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More