Only for Entertainment

କାଂଚି ଧାମ: ଏପଲ ଏବଂ ଫେସବୁକ ମାଲିକ ମଧ୍ୟ ମୁଣ୍ଡ ନୁଆଁଇଲେ ।

punjab kesari
0 44

କରୈଲି ବାବାଙ୍କ ତପୋସ୍ଥଳୀରେ ଶ୍ରଦ୍ଧା ଭାବ ସହିତ କରାଯାଇଥିବା ପୂଜା କେବେ ମଧ୍ୟ ବ୍ୟର୍ଥ ଯାଏନାହିଁ । ଏଠାରେ କରିଥିବା ସମସ୍ତ ମନୋକାମନା ଫଳପ୍ରଦ ହୋଇଥାଏ । ବାବା ନିମ କରୈଲି ମହାରାଜା ମହାନ ଯୋଗୀରାଜ ଥିଲେ । ସେ ଭଗବାନ ହନୁମାନଙ୍କର ପରମ ଭକ୍ତ ଥିଲେ । ତେଣୁ ଲୋକ ତାଙ୍କୁ ଖୁବ ବିଶ୍ୱାସ କରନ୍ତି । ଏଠାରେ କେବଳ ଭାରତୀୟ ନୁହଁନ୍ତି ବରଂ ବିଦେଶୀ ଭକ୍ତଙ୍କର ମଧ୍ୟ ଭିଡ଼ ଜମିଥାଏ ।

ଇାବାଙ୍କ ଆଶ୍ରମ ନୈନିତାଲ ଠାରୁ ୨୦ କିମି ଦୂରରେ ଅଲମୋରା ରୋଡ଼ର ସମୂଦ୍ର କୂଳରେ ୧୪୦୦ ମିଟର ଉଂଚାରେ ଅବସ୍ଥିତ । କ୍ଷିପ୍ରା ନାମକ ଛୋଟ ପାହାଡ଼ୀ ନଦୀ କୂଳରେ ୧୯୫୨ରେ କାଂଚି ଧାମ ସ୍ଥାପନ ହୋଇଥିଲା । ଏଠାରେ ଦୁଇଟି ଧୁମାବଦାର ମୋଡ଼ ରହିଛି । ଯାହାକି କାଂଚି ଆକାରର । ତେଣୁ ଏହାକୁ କାଂଚି ଧାମ କୁହାଯାଏ । ଏହି ବାବାଙ୍କ ପାଇଁ ଏଠାରେ ଉତ୍ତରରାଷ୍ଟ୍ରକୁ ପରିଚୟ ମିଳିଥିଲା । ସେହି ସମୟରେ ଜଣେ ଆମରିକୀୟ ଭକ୍ତ ବାବାଙ୍କ ବିଷୟରେ ପୁସ୍ତକ ଲେଖିଥିଲେ । ଏହାପରେ ପଶ୍ଚିମ ଦିଗରୁ ଲୋକ ତାଙ୍କୁ ଦର୍ଶନ କରିବାକୁ ଆସୁଥିଲେ ।

ଉତ୍ତରପ୍ରଦେଶର ଫିରୋଜବାଦ ଜିଲ୍ଲାର ଅକବରପୁର ଗାଁର ଲକ୍ଷ୍ମୀ ନାରାୟଣ ଶର୍ମା ଖୁବ ତପସ୍ୟା କରି ନିମ କରୈଲି ବାବା ନାମରେ ପରିଚିତ ହୋଇଥିଲେ । କୁହାଯାଏ ତାଙ୍କ ନିକଟରେ ଅଲୌକିକ ଶକ୍ତି ଭରି ରହିଥିଲା । ପୂର୍ବରୁ ମନ୍ତ୍ରୀ,ଉପରାଷ୍ଟ୍ରପତି,ରାଜ୍ୟପାଳ ଏବଂ ପ୍ରଡଧାନମନ୍ତ୍ରୀଙ୍କ ଭଳି ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ତାଙ୍କୁ ଦେଖା କରିବାକୁ ଯାଉଥିଲେ । ଜବାହର ଲାଲ ନେହେରୁ ମଧ୍ୟ ସେଠାକୁ ଯାଇଥିଲେ । ବାବା ସବୁବେଳେ କମ୍ବଳରେ ଲୁଚି ରହୁଥିଲେ । ସେପ୍ଟେମ୍ବର ୧୯୭୩ରେ ତାଙ୍କ ନିଧନ ହୋଇଥିଲା ।

ଲୋକକଥା ଅନୁସାରେ ଥରେ ଯଜ୍ଞ ସମୟରେ ଘିଅର ଅଭାବ ହୋଇଥିଲା । ଏହାପରେ ବାବାଙ୍କ କହିବା ଅନୁସାରେ ଏକ ନଦୀରୁ ଜଳ ଅଣା ଯାଇଥିଲା । ପରବର୍ତ୍ତୀ ସମୟରେ ଏହି ଜଳ ଘିଅରେ ପରିଣତ ହୋଇ ଯାଇଥିଲା ।
ଫେସବୁକ ଫାଉଣ୍ଡର ମାର୍କ ଜୁକରବର୍ଗ ଏବଂ ଆପଲ ସଂସ୍ଥାପକ ଷ୍ଟିବ ଜାଓଁ ମଧ୍ୟ ଏହାକୁ ନିଜର ପ୍ରେରଣାସ୍ଥଳ ବୋଲି ଭାବନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More