Only for Entertainment

ତାପସୀଙ୍କ ଫିଲ୍ମ କଂଚନା ୩ ଟ୍ରେଣ୍ଡରେ ନମ୍ବର ୱାନ,୪୮ ଘଂଟାରେ ୭୦ ଲକ୍ଷ ଭ୍ୟୁଜ ।

aajtak
0 57

ତାପସୀ ପନୁ ଅଭିନୀତ ଫିଲ୍ମ କଂଚନା ୩ ୟୁଟ୍ୟୁବରେ ଧୁମ ମଚାଉଛି । ଏହା ରିଲିଜ ହେବାମାତ୍ରେ ଟ୍ରେଣ୍ଡରେ ୧ ନମ୍ବରକୁ ଆସିଯାଇଛି । ଗୋଲ୍ଡ ମାଇନସ ଟେଲିଫିଲ୍ମର ୟୁଟ୍ୟବ ଚ୍ୟାନେଲରେ ରିଲିଜ ଏହି ଫିଲ୍ମ ଗତ ଅନ୍ୟ ଦୁଇଟି ଫିଲ୍ମ ଭଳି ବେଶ ଲୋକପ୍ରିୟତା ହାସଲ କରିପାରିଛି । ଏହାକୁ ୪୮ ଘଂଟାରେ ୭ ମିଲିୟନ ଅର୍ଥାତ ୭୦ ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି । ଫିଲ୍ମରେ ତାପସୀ ଏକ ଭୂତୁଣୀ ଚରିତ୍ରରେ ନଜର ଆସିଛନ୍ତି । ଏହି ଫିଲ୍ମର ଷ୍ଟୋରୀ ଫ୍ରେଶ ବୋଲି କୁହାଯାଉଛି । ଏହା ସହିତ ଏହାର କାଷ୍ଟିଙ୍ଗ ମଧ୍ୟ ଭିନ୍ନ ।

ଫିଲ୍ମର କାହାଣୀ ଏକ ଏନଆରଆଇର ଯିଏ ତା ପୁରୁଣା ଘରକୁ ବିକ୍ରି କରିବାକୁ ଚାହୁଁଛି । ଏହି ଘରେ ପୂର୍ବରୁ ଏକ ଭୂତ ପରିବାର ରହୁଛି । ସେହି ପରିବାର ଏନଆରଆଇର ପରିବାର । ଯାହାଙ୍କୁ ପୂର୍ବରୁ ମରା ସରିଛି । ଏହି ଘରକୁ ସେ ମୋଟା ଟଙ୍କାରେ ବିକ୍ରି କରିବାକୁ ଚାହୁଁଛି । ତେଣୁ ସେ ସେହି ଘରେ କିଛି ଷଳାକଙ୍କୁ ରହିବ୨ାକୁ କହୁଛି କାରଣ ସେମାନେ ଜାଣିପାରିବେଯେ ଯେପରି ସେ ଘରେ କୌଣସି ଭୂତ ରହୁନାହିଁ । ଏହି ମଧ୍ୟରେ ଏଭଳି କିଛି ଘଟଣା ଘଟିଛି ଯାହା ଲୋକଙ୍କ ମନୋରଂଜନ କରୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More