Only for Entertainment

କଙ୍ଗନାଙ୍କ ଏହି ଲୁକକୁ ଦେଖିବା ପରେ ଆପଣ ମଧ୍ୟ କହିବେ ‘ମେଣ୍ଟାଲ ହେ କ୍ୟା’

Amar Ujala
0 47

‘କୁଇନ’ ପରେ କଙ୍ଗନା ରଣାୱତ ଏବଂ ରାଜ କୁମାର ରାଓ ଫିଲ୍ମ ‘ମେଣ୍ଟାଲ ହେ କ୍ୟା’ ଜରୀଆରେ ପୁଣି ଥରେ ଏହା ସହ ନଜର ଆସିବେ । କଙ୍ଗନା ଏବଂ ରାଜ କୁମାରଙ୍କର ଏହି ଫିଲ୍ମର ଫାଷ୍ଟ ଲୁକ ରିଲିଜ ହୋଇଛି । ପୋଷ୍ଟରରେ ଦୁଇଜଣ ଖୁବ ଭୟାନକ ଦେଖାଯାଉଛନ୍ତି । ପୋଷ୍ଟରକୁ ଦେଖିଲା ପରେ ଦର୍ଶକଙ୍କ ମନରେ ଫିଲ୍ମ ଦେଖିବା ପାଇଁ ନିଶ୍ଚିତ ଉତ୍ସାହ ବଢିବ ।

ବିକାଶ ବହଲଙ୍କ ଫିଲ୍ମ ‘କୁଇନ’ରେ ପରେ କଙ୍ଗନା ଏବଂ ରାଜ କୁମାର ରାଓ ପୁଣି ଥରେ ଏକାଠି ନଜର ଆସିବେ । ଏହି ଯୋଜି ‘କୁଇନ’ରେ ହିଟ ହୋଇଥିଲା । ଜୁଇ ଜଣଙ୍କୁ ଏକା ସହିତ ଫିଲ୍ମ ସାଇନ କରିବାର ଉଦ୍ଦେଶ୍ୟ ଏକ ସୁପରହିଟ ଫିଲ୍ମ ଦର୍ଶକଙ୍କୁ ଭେଟି ଦେବା । ଶୈଳେଶ ଆର. ସିଂ ଏବଂ ଏକତା କପୁର ଏହାର ପ୍ରଯୋଜକ ଅଛନ୍ତି ।

mental hai kya

‘ମେଣ୍ଟାଲ ହେ କ୍ୟା’ ଏକ ସାଇକୋଲୋଜିକାଲ ଥ୍ରିଲର ଫିଲ୍ମ । ନ୍ୟାସନାଲ ଆୱାର୍ଡ ବିଜେତା ପ୍ରକାଶ କୋବେଲାମୁଦୀ ଏହି ଫିଲ୍ମରେ ନିର୍ଦ୍ଦେଶନା ଦେବେ । ଶୁଣାଯାଉଛି ଯେ ରାଜ କୁମାର ରାଓ ଫିଲ୍ମର ସ୍କ୍ରିଟ ଶୁଣିବା ମାତ୍ରେ ଫିଲ୍ମ ସାଇନ କରିବା ପାଇଁ ହଁ କରିଥିଲେ । କଙ୍ଗନା ଏବଂ ରାଜ କୁମାର ଏହି ଫିଲ୍ମକୁ ନେଇ ଖୁବ ଉତ୍ସାହିତ ଥିବା ଜଣାପଡିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More