Only for Entertainment

ଗଲିବୟ’ରେ ଆଲିୟାଙ୍କୁ ଅଭିନୟଙ୍କୁ ନେଇ ଲଜ୍ଜିତ କହି ପୁଣିଥରେ ରାଗିଲେ କଙ୍ଗନା !

26

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ନିଜ ବିବଦୀୟ ବୟାନକୁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ସେ ବିଗତ କିଛି ଦିନରୁ ଅନେକ ବଡ କଳାକାରଙ୍କୁ ନିଶାନା କରିସାରିଲେଣି । ସେମାନଙ୍କ ମଧ୍ୟରୁ ତାଙ୍କ ଟାର୍ଗେଟରେ ଥିଲେ ଆଲିୟା ଏବଂ ରଣବୀର କପୂର । ପୁଣିଥରେ ଆଲିୟାଙ୍କ ଉପରେ  ରାଗିଲେ କଙ୍ଗନା ।

ସେ ଏକ ସାକ୍ଷାତକାରରେ ଗଲିବୟ’ରେ ଆଲିୟାଙ୍କ ପରଫର୍ମାନ୍ସ ଠିକ ଠାକ ଥିଲା ବୋଲି କହିଛନ୍ତି । ଏହାସହ ସେ କହିଥିଲେ ତାଙ୍କୁ ଲଜ୍ଜିତ ଅନୁଭବ କରୁଛନ୍ତି । ଗଲିବୟରେ ଆଲିୟାଙ୍କ ଅଭିନୟ କଣ ଏଭଳି ଥିଲା ଯାହା ପ୍ରଶଂସା ଯୋଗ୍ୟ ବୋଲି କହିଛନ୍ତି କଙ୍ଗନା ।

ବଲିଉଡର ସାହାସୀ ଝିଅ, ମହିଳା ସଶକ୍ତିକରଣ ଏବଂ ଭଲ ଅଭିନୟ ଏସବୁରୁ ମତେ ବଂଚାଓ । କଙ୍ଗନା କହିଛନ୍ତି ମିଡିଆକୁ ଷ୍ଟାର କିଡଙ୍କ ଉପରେ କିଛି ଅଧିକ ଭଲ ପାଇବା ହୋଇଯାଇଛି । ଏହି କାରଣରୁ ସାଧାରଣ କାମକୁ ପ୍ରଶଂସା କରୁଛନ୍ତି । ଏଭଳି କରିବା ବନ୍ଦ କରନ୍ତୁ ନଚେତ ଅଭିନୟ ସ୍ତର ଆଗକୁ ବଢିବ ନାହିଁ ।

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ବଲିଉଡରେ ନିଜର ଡିରେକ୍ସନ ଡେବ୍ୟୁ ମଣିକର୍ଣ୍ଣିକା ଫିଲ୍ମରୁ କରିଛନ୍ତି କଙ୍ଗନା । ଏହି ଫିଲ୍ମ ପାଇଁ ତାଙ୍କୁ ଅନେକ ପ୍ରଶଂସା ମିଳିଛି । ସେହିଭଳି ଖୁବ ଶୀଘ୍ର ରାଜକୁମାର ରାଓଙ୍କ ସହ ଫିଲ୍ମ ମେଂଟଲ ହେ କ୍ୟା’ରେ ନଜର ଆସିବେ । ସେହିଭଳି ଆଲିୟା କିଛି ଦିନ ହେବ ମଲ୍ଟିଷ୍ଟାରର ଫିଲ୍ମ କଳଙ୍କ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More