ପୁଲୱାମା ଆକ୍ରମଣ: ଶବାନା ଆଜମୀ ଏବଂ ଜାବେଦ ଅଖତରଙ୍କ ଉପରେ ବର୍ଷିଲେ କଙ୍ଗନା, କହଲେ ଏପରି ଲୋକ ‘ଭାରତ ତେରେ ଟୁକଡେ…’
ଅଭିନେତ୍ରୀ କଙ୍ଗନା ସର୍ବଦା ବଲିଉଡ ସେଲିବ୍ରିଟଙ୍କୁ ନେଇ କିଛି ନା କିଛି ଟିପ୍ପଣୀ ଦେଇଥାନ୍ତି । କଙ୍ଗନା ଏବେ ପୁଣିଥରେ ବଲିଉଡ ଲିଜେଣ୍ଡ ଗୀତିକାର ଜାବେଦ ଅକତର ଏବଂ ଅଭିନେତ୍ରୀ ଶବାନା ଆଜମୀଙ୍କୁ ନେଇ ବଡ ବୟାନ ଦେିଛନ୍ତି । କଙ୍ଗନା ଏହି ଦୁଇ କଳାକାରଙ୍କୁ ଦେଶଦ୍ରୋହୀ ବୋଲି କହିଛନ୍ତି ।
ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଉପରେ ବୟାନ ଦେଇ କଙ୍ଗନା ଏହି ବଲିଉଡର ଏହି ଲିଜେଣ୍ଟ କଳାକାରଙ୍କ ଉପରେ ଟିପ୍ପଣୀ ଦେଇଛନ୍ତି । କଙ୍ଗାନ କହିଛନ୍ତି ଯେ, ଶବାନା ଆଜମୀଙ୍କ ପରି କଳାକାର ପାକିସ୍ତାନ ସହିତ ସାଂସ୍କୃତିକ ଆଦାନ ପ୍ରଦାନ କରିଥାନ୍ତି । ଏହି ପରି ଲୋକେ ‘ଭାରତ ତେରେ ଡୁକଡେ ହୋଙ୍ଗେ ଗ୍ୟାଙ୍ଗ’କୁ ପ୍ରମୋଟ କରିଥାନ୍ତି । କଙ୍ଗନା ଏହା ମଧ୍ୟ କହିଛନ୍ତି ଯେ, କ’ଣ ଆବଶ୍ୟକତା କରାଚୀରେ କାର୍ଯ୍ୟକ୍ରମ କରିବା ପାଇଁ । ଉରୀ ଆକ୍ରମଣ ପରେ ପାକିସ୍ତାନ କଳାକାରଙ୍କୁ ଭାରତରେ ବ୍ୟାନ କରାଯାଇଛି । ଏହା ପରେ ମଧ୍ୟ ଭାରତୀୟ କଳାକାର ପାକିସ୍ତାନରେ କର୍ଯ୍ୟକରମ ରଖୁୂଛନ୍ତି । ଏହି ଫିଲ୍ମ ଇଣ୍ଡଷ୍ଟ୍ରୀ ଦେଶଦ୍ରୋହୀରେ ଭରପୂର । ଆମେ ଏହି ସମୟରେ ପାକିସ୍ତାନକୁ ବ୍ୟାନ ନୁହେଁ ବରଂ ବିନାଶ କରିବା ଉପରେ ଫୋକସ କରିବା ଦରକାର ।
କହିରଖୁଛୁ ଯେ, ଶବାନା ଆଜମୀ ଏବଂ ଜାବେଦ ଅଖତର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପାକିସ୍ତାନ ଯିବାର କାର୍ଯ୍ୟକ୍ରମ ଥିଲା ମାତ୍ର ଏହି ଆକ୍ରମଣ ପରେ ଦୁହେଁ ଏହି କାର୍ଯ୍ୟକ୍ରମକୁ ରଦ୍ଧ କରିଦେଇଛନ୍ତି ।
ଏହା ସହ କଙ୍ଗନା ନବଜୋତ ସିଂ ସିଦ୍ଧୁଙ୍କ ଉପରେ ମଧ୍ୟରେ ହମଲା କରିଛନ୍ତି । କଙ୍ଗନା କହିଛନ୍ତି ଯେ, ‘ଆଜି ଭରତର ରକ୍ତ ବୋହୁଛି । ଆମର ଜବାନ ମାନଙ୍କୁ ମାରି ଦିଆଯାଉଛି । ଏପରି ସ୍ଥିତିରେ ଲୋକେ ଅହିଂସା ଉପରେ କିପରି ଲେକଚର ଦେଉଛନ୍ତି । ଅହିଂସା ଏବଂ ଶାନ୍ତି କଥା କହୁଥିବା ଲୋକଙ୍କ ମୁହଁରେ କାଳି ବୋଳି ସେମାନଙ୍କୁ ଗଧ ଉପରେ ପକାଇ ବୁଲାଇବା ଦରକାର ।’