Only for Entertainment

୧୭ ବର୍ଷ ବୟସରେ ଘର ଛାଡି ମୁମ୍ବାଇ ଆସିଥିଲେ କଙ୍ଗନା, ଏପରି ମିଳିଥିଲା ପ୍ରଥମ ଫିଲ୍ମ

Desimartini
0 45

କଙ୍ଗନା ରାଣାୱତ ଆଜି ଯେଉଁ ସଫଳତା ପାଇଛନ୍ତି ତାହାକୁ ପାଇବା ପାଇଁ ସେ ଖୁବ ସଙ୍ଘର୍ଷ କରିଥିଲେ । ୨୩ ମାର୍ଚ୍ଚ ୧୯୮୭ରେ ହିମାଚଳ ପ୍ରଦେଶରେ କଙ୍ଗନା ଜନ୍ମ ହୋଇଥିଲେ । କଙ୍ଗନାଙ୍କ ମା’ ପେଶାରେ ଜଣେ ଟିଟର ଏବଂ ପିତା ଜଣେ ବ୍ୟବସାୟୀ । କଙ୍ଗନାଙ୍କର ଜଣେ ଭାଇ ଏବଂ ବଜ ଭଉଣୀ ମଧ୍ୟ ଅଛନ୍ତି । କଙ୍ଗନାଙ୍କର ବଲିଉଡ ସହିତ କୌଣସି ସମ୍ପର୍କ ନଥିଲା । ସେ ନିଜର ଅଭିନୟ ସ୍ୱପ୍ନକୁ ପୂୁରା କରିବା ପାଇଁ ତାଙ୍କ ପିତାଙ୍କ ସହିତ ଝଗଡା କରିଥିଲେ ଏବଂ ଘରୁ ଆସି ବଲିଉଡରେ ସଙ୍ଘର୍ଷ କରିଥିଲେ । କଙ୍ଗନାଙ୍କ କହିବା ଅନୁସାରେ ଆଜି ପର୍ଯ୍ୟନ୍ତ ମଧ୍ୟ ତାଙ୍କର ସଙ୍ଘର୍ଷ ଜାରୀ ରହିଛି । ଖବର ଅନୁସାରେ କଙ୍ଗନା ବର୍ତ୍ତମାନ ବଲିଉଡର ହାଇଏଷ୍ଟ ପେଡ ଅଭିନେତ୍ରୀ ମଧ୍ୟରୁ ଜଣେ ।

ରିପୋର୍ଟ ଅନୁସାରେ କଙ୍ଗନା ଏକ ଫିଲ୍ମ ପାଇଁ ୧୧ କୋଟି ଫିସ ନେଇଥିଲେ । କମ ବୟସ ହୋଇଥିବାରୁ କଙ୍ଗନାଙ୍କୁ ପ୍ରଥମେ ତାଙ୍କର ପ୍ରଥମ ଫିଲ୍ମରୁ ରିଜେକ୍ଟ କରାଯାଇଥିଲା କିନ୍ତୁ ପରେ ତାଙ୍କୁ ସେ ଫିଲ୍ମ ମିଳିଥିଲା । କଙ୍ଗନାଙ୍କୁ ଛୋଟ ବେଳୁ ମଡେଲିଙ୍ଗ ଏବଂ ଅଭିନୟ ପ୍ରତି ଦୃବଳତା ଥିଲା । କେବଳ ୧୭ ବର୍ଷ ବୟସରେ ସେ ଘର ଛାଡି ମୁମ୍ବାଇ ଆସିଥିଲେ ଏବଂ ମାୟାନଗରୀରେ ନିଜର କ୍ୟାରିୟର ଗଢିବା ପାଇଁ ସଙ୍ଘର୍ଷ କରିଥିଲେ ।

kangana-Ranaut..

କଙ୍ଗନା ଏକ ଟିଭି ଶୋ’ରେ ନିଜର ପ୍ରଥମ ଫିଲ୍ମ ବିଷୟରେ କହିଥିଲେ । ସେ କହିଥିଲେ ମୁଁ କେବେ ଭାବିନଥିଲି ଯେ ମୁମ୍ବାଇରେ ଏକ ମାସ ମଧ୍ୟରେ ଅଡିସନ ଦେଇ ମୋତେ ଫିଲ୍ମ ମିଳିଯିବ ବୋଲି । ସୁଟ ପାଇଁ ବସିଥିବା ବେଳେ ଜଣେ ବ୍ୟକ୍ତି ମୋତେ ମହେଶ ଭଟ୍ଟଙ୍କ ଅଫିସକୁ ନେଇଥିଲେ । ଏବଂ ସେଠାରେ ମୋହିତ ସୁରୀ ଏବଂ ଅନୁରାଗ ବସୁଙ୍କ ସହିତ ମୋର ସାକ୍ଷାତ ହୋଇଥିଲା । ସେଠାରେ ମୁଁ ଫିଲ୍ମ ‘ଗ୍ୟାଙ୍ଗଷ୍ଟାର’ ପାଇଁ ଅଡିସନ ଦେଇଥିଲି କିନ୍ତୁ କମ ବୟସ ପାଇଁ ମହେଶ ଭଟ୍ଟ ରିଜେକ୍ଟ କରିଥିଲେ । ଏହା ପରେ ମୁଁ ଜାଣିବାକୁ ପାଇଲି ଫିଲ୍ମ ପାଇଁ ସାଇନି ଅହୁଜା ଏବଂ ଚିତ୍ରାଙ୍ଗଦାଙ୍କୁ ସାଇନ କରାଯାଇଛି ।

ଏହା ପରେ କଙ୍ଗନା କହିଥିଲେ ପ୍ରାୟ ଦୁଇ ମାସ ପରେ ଅନୁରାଗ ତାଙ୍କୁ ଫୋନ କରିଥିଲେ । ଏବଂ ଚିତ୍ରାଙ୍ଗଦାଙ୍କ ସହିତ କିଛି ଅସୁବିଧା ଥିବାରୁ କଙ୍ଗନାଙ୍କୁ ତାଙ୍କର ପ୍ରଥମ ଫିଲ୍ମ ମିଳିଥିଲା ।

କଙ୍ଗନାଙ୍କୁ ଫିଲ୍ମ ‘ଫ୍ୟାଶନ’ (୨୦୦୯), ଏବଂ  ‘କୁଇନ’ (୨୦୧୪) ଏବଂ ‘ତନୁ ୱେଡର୍ସ ମନୁ’ (୨୦୧୫) ପାଇଁ ୩ଟି ନ୍ୟାସନାଲ ଆୱାର୍ଡ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More