Only for Entertainment

ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ନେଇ ଦୁଃଖୀ କଙ୍ଗନା ରଣାୱତ, ରଦ୍ଧ କଲେ ‘ମଣିକର୍ଣ୍ଣିକା’ର ସକ୍ସେସ ପାର୍ଟି

Bollywood
28

ପୁଲୱାମାରେ ସିଆରପିଏଫ ଜବାନଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ପୂରା ଦେଶ ଏବେ ଗଭୀର ଶୋକରେ । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଲିଉଡର ଅନେକ କଳାକାର ଏହି ଘଟଣାକୁ କଡା ଶବ୍ଦରେ ନିନ୍ଦା କରିଛନ୍ତି । ଅଭିନେତ୍ରୀ କଙ୍ଗନା ମଧ୍ୟ ଏହି ଘଟଣାକୁ ଗଭୀର ନିନ୍ଦା କରିବା ସହିତ ପାକିସ୍ତାନକୁ ଉଚିତ୍ ଜବାବ ଦିଆଯାଉ ବୋଲି କହିଛନ୍ତି । କଙ୍ଗନା ଏହି ଘଟଣାକୁ ନିନ୍ଦା କରିବା ସହିତ ସହିଦଙ୍କ ପାଇଁ ନିଜ ଫିଲ୍ମ ‘ମଣିକର୍ଣ୍ଣିକା’ର ସକ୍ସେସ ପାର୍ଟିକୁ କ୍ୟାନସଲ କରିଦେଇଛନ୍ତି ।

manikarnika3-1

ଅଭିନେତ୍ରୀ କଙ୍ଗନା ମଣିକର୍ଣ୍ଣିକା ୧୦୦ କୋଟି କ୍ଲବରେ ସାମିଲ ହେବା ଖୁସିରେ ଏକ ସକ୍ସେସ ପାର୍ଟି ରଖିଥିଲେ । କିନ୍ତୁ ଏହି ଆତଙ୍କବାଦୀ ଆକ୍ରମଣ ପରେ ସେ ଏହି ପାର୍ଟିକୁ କ୍ୟାନସଲ କରିଦେଇଛନ୍ତି । କଙ୍ଗାନା ଏହି ଘଟଣାକୁ ନିନ୍ଦା କରି କହିଛନ୍ତି ଯେ, ସେମାନେ ନା କେବଳ ଆମ ଦେଶର ସୁରକ୍ଷାକୁ ଭାଙ୍ଗିଛନ୍ତି ତାହା ନୁହେଁ ବରଂ ସେ ଖୋଲା ଖୋଲି ଭାବେ ଆକ୍ରମଣ କରି ଆମର ମାନ-ମର୍ଯ୍ୟାଦାକୁ ମଧ୍ୟ କ୍ଷତି ପହଁଚାଇଛନ୍ତି । ଆମକୁ କଠୋର କାର୍ଯ୍ୟନୁଷ୍ଠାନ ନେବା ଦରକାର ନଚେତ ସେମାନେ ଆମ ଚୁପ ରହିବାକୁ ଭୁଲ ବୁଝିବେ ।

କଙ୍ଗନାଙ୍କ ବ୍ୟତିତ ଅକ୍ଷୟ କୁମାର, ବିକି କୌଶଲ, ପ୍ରିୟଙ୍କା ଚୋପ୍ରା, ସଲମାନ ଖାନ, ଅନୁଷ୍କା ଶର୍ମାଙ୍କ ସମେତ ଅନେକ କଳାକାର ଏହାକୁ ନେଇ ନିନ୍ଦା ପ୍ରକାଶ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More