Only for Entertainment

ମଣିକର୍ଣ୍ଣିକା ପରେ ଏହିଭଳି ମୂଲ୍ୟବାନ ସମୟ ବିତାଉଛନ୍ତି କଙ୍ଗନା ।

aajtak
31

କଙ୍ଗନା ରଣାୱତଙ୍କ ଅଭିନୀତ ଫିଲ୍ମ ମଣିକର୍ଣ୍ଣିକା ବକ୍ସ ଅଫିସରେ ଜବରଦସ୍ତ ରୋଜଗାର କରୁଛି । ଦୁଇ ଦିନରେ ଫିଲ୍ମ ୨୬ କୋଟି ୨୮ ଲକ୍ଷ ରୋଜଗାର କରିଛି । ଏହା କଙ୍ଗନାଙ୍କ କ୍ୟାରିଅରରେ ସବୁଠାରୁ ବଡ଼ ଓପନିଙ୍ଗ । ଏହି ପରିସ୍ଥିତିରେ କଙ୍ଗନା ଖୁବ ଖୁସିଥିବା ନଜର ଆସିଛି ।

ଅଭିନେତ୍ରୀଙ୍କ ଭଉଣୀ ରଙ୍ଗୋଲି ଏକ ଭିଡ଼ିଓ ଶେୟାର କରିଛନ୍ତି । ଯେଉଁଥିରେ ବୁମେରାଙ୍ଗ ଭିଡ଼ିଓରେ କଙ୍ଗନା ତାଙ୍କ ଭଣଜା ପୃଥ୍ୱୀରାଜଙ୍କ ସହିତ ବେଲୁନରେ ଖେଳୁଥିବାର ନଜର ଆସିଛନ୍ତି । କଙ୍ଗନାଙ୍କ ମୁହଁରେ ଖୁସି ଦେଖି ଜଣାପଡ଼ୁଛି ସେ ତାଙ୍କ ଭଣଜାକୁ କେତେ ଭଲପାଆନ୍ତି । ମଣିକଣକର୍ଣ୍ଣିକାର ସ୍କ୍ରିନିଙ୍ଗ ସମୟରେ ମଧ୍ୟ ସେ ତାଙ୍କ ଭଣଜା ସହିତ ସ୍ପଟ ହୋଇଥିଲେ ।

ମଣିକର୍ଣ୍ଣିକାରେ ଫ୍ୟାନ୍ସ କଙ୍ଗନାଙ୍କ ଅଭିନୟକୁ ଖୁବ ପସନ୍ଦ କରୁଛନ୍ତି । କେହି କେହି ତାଙ୍କୁ ଅସଲ ଫାଇଟରର ମଧ୍ୟ ଆଖ୍ୟା ଦେଇ ସାରିଲେଣି । ଫିଲ୍ମକୁ ଉଭୟ ଦର୍ଶକ ଏବଂ କ୍ରିଟିକ୍ସଙ୍କ ଠାରୁ ଭଳ ରେସପନ୍ସ ମିଳୁଛି । ସମଗ୍ର ଫିଲ୍ମରେ ଭଅିନେତ୍ରୀ ଖୁବ ସୁନ୍ଦର ଲାଗୁଛନ୍ତି । କହିରଖୁଛୁଯେ ଏହି ଫିଲ୍ମକୁ କଙ୍ଗନାଙ୍କ କ୍ୟାରିଅରର ସବୁଠାରୁ ମହଙ୍ଗା ଫିଲ୍ମ ବୋଲି କୁହାଯାଉଛି । ଫିଲ୍ମର ବଜେଟ ପ୍ରାୟ ୧୨୫ କୋଟି । ତୃତୀୟ ଦିନରେ ଫିଲ୍ମରେ ୨୦ କୋଟି ଇନକମ କରିବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More