Only for Entertainment

ଫିଲ୍ମ ‘ପଙ୍ଗା’ ଟ୍ରେଲର ରିଲିଜ, କାର୍ଯ୍ୟରତ ମହିଳା ଠାରୁ କବାଡି ଖେଳାଳୀ ପର୍ଯ୍ୟନ୍ତ ଦେଖିବାକୁ ମିଳିଲା କଙ୍ଗନାଙ୍କ ଦମଦାର ଅଭିନୟ !

36

ଅଭିନେତ୍ରୀ କଙ୍ଗନା ରନୌତଙ୍କ ଫିଲ୍ମ ପଙ୍ଗା’ର ଟ୍ରେଲର ରିଲିଜ ହୋଇଛି । ଟ୍ରେଲରରେ କଙ୍ଗନାଙ୍କ ଦମଦାର ଅନ୍ଦାଜ ଦେଖିବାକୁ ମିଳିଛି । ଟ୍ରେଲର ରିଲିଜ ପରେ ଫ୍ୟାନ୍ସ ମାନେ ତାଙ୍କର ଖୁବ ପ୍ରଶଂସା କରିବାରେ ଲାଗିଛନ୍ତି । ଫ୍ୟାନ୍ସମାନଙ୍କୁ ଅଭିନେତ୍ରୀଙ୍କ ଭୂମିକା ଖୁବ ପସନ୍ଦ ଆସିଛି । କାର୍ଯ୍ୟରତ ମହିଳା ଠାରୁ କବାଡି ଖେଳାଳୀ ପର୍ଯ୍ୟନ୍ତ ଭଲ ଭୂମିକା ତୁଲାଇଛନ୍ତି କଙ୍ଗନା । ଟ୍ରେଲର ପର ଫିଲ୍ମ ୨୪ଜାନୁଆରୀ ସିନେମାଘରେ ରିଲିଜ ହେବ ।

ଟ୍ରେଲର ଦେଖି ଆପଣ ଅନ୍ଦାଜ ଲଗାଇ ପାରିବେ ଯେ ଫିଲ୍ମରେ ଜଣେ ରେଲୱେ କବାଡି ଖେଳାଳୀଙ୍କ କାହାଣୀ ଦେଖାଯାଇଛି । କଙ୍ଗନା କେବେ ଟିମ ଭାରତର ଖେଳାଳୀ ଥିଲେ, କିନ୍ତୁ ମା ହେବା ପରେ ରେଲୱେରେ ଚାକିରୀ କରିଛନ୍ତି । ଏହିଭଳି କିଛି କାହାଣୀ ଉପରେ ଆଧାରିତ ହୋଇଛି ଫିଲ୍ମ ।

ଫିଲ୍ମ‘ପଙ୍ଗା’ ବିଷୟରେ କହିବାକୁ ଗଲେ ଅଶ୍ୱିନୀ ଅୟର ତିୱାରୀ ଏହି ଫିଲ୍ମରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି । ଅଶ୍ୱିନୀ ଏବଂ କଙ୍ଗନାଙ୍କ ବନ୍ଧୁତା ଖୁବ ଭଲ । ଏହି ଫିଲ୍ମ ଜରିଆରେ ଦୁହେଁ ପ୍ରଥମ ଥର ଏକାଠି କାମ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More