Only for Entertainment

ବଲିଉଡର ହାଇଏଷ୍ଟ ପେଡ ଅଭିନେତ୍ରୀ ହେଲେ କଙ୍ଗନା ! ଜୟଲଳିତାଙ୍କ ଭୂମିକାରେ ଅଭିନୟ କରିବା ପାଇଁ ନେବେ ଏତେ କୋଟି

dna
27

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଖୁବ ଶୀଘର ଅଭିନେତ୍ରୀ ତଥା ନେତ୍ରୀ ଜୟଲଳିତାଙ୍କ ବାୟୋପିକରେ ନଜର ଆସିବେ । ଏହି ଫିଲ୍ମରେ କଙ୍ଗନାଙ୍କୁ ଜୟଲଳିତାଙ୍କ ଭୂମିକାରେ ଦେଖିବାକୁ ମିଳିବ । ତାମିଲରେ ଏହି ଫିଲ୍ମର ନାମ ‘ଥଲାଇବି’ ରଖାଯାଇଥିବା ବେଳେ ହିନ୍ଦୀରେ ଫିଲ୍ମର ନାମ ରଖାଯିବ ‘ଜୟା’ । ଦୁଇି ଭାଷାରେ ନର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ବିଜୟ । ଇତି ମଧ୍ୟରେ ଫିଲ୍ମକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି ।

kangana

ଖବର ଅନୁସାରେ କଙ୍ଗନା ଜୟଲଳିତାଙ୍କ ଭୂମିକାରେ ଅଭିନୟ କରିବା ପାଇଁ ୨୪ କୋଟି ଦାବି କରିଛନ୍ତି । ମେକର୍ସ ମଧ୍ୟ କଙ୍ଗନାଙ୍କ ଏହି ଦାବିକୁ ପୂରା କରିବାକୁ ଯାଇ ତାଙ୍କୁ ୨୪ କେଟି ଦେବା ପାଇଁ ନିର୍ଣ୍ଣୟ ନେଇଛନ୍ତି ।

ଫିଲ୍ମର ନିର୍ମାତା ୨୩ ମାର୍ଚ୍ଚ ଅର୍ତାତ କଙ୍ଗନାଙ୍କ ଜନ୍ମଦିନରେ ଫିଲ୍ମର ଘୋଷଣା କରିବା ସହିତ କଙ୍ଗନାଙ୍କୁ ସାଇନ ମଧ୍ୟ କରିଛନ୍ତି । କହିରଖୁଛୁ ଯେ, କଙ୍ଗନାନଙ୍କ ପୂର୍ବରୁ ଏହି ଫିଲ୍ମ ପାଇଁ ବିଦ୍ୟା ବାଲାନ ଏବଂ ଐଶ୍ୱର୍ଯ୍ୟାଙ୍କ ନାମ ସାମ୍ନାକୁ ଆସିଥିଲା । କିନ୍ତୁ ପରେ କଙ୍ଗନାଙ୍କୁ ସାଇନ କରାଗଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More