Only for Entertainment

ଖୁବଶୀଘ୍ର ବିବାହ କରିପାରନ୍ତି କଙ୍ଗନା ।

31

ବଲିଉଡ ଅଭିନେତ୍ରୀ କଙ୍ଗନା ଅଧିକାଂଶ ସମୟରେ ନିଜ କଡ଼ା ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ସେ ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଯେଉଁଠାରେ ସେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିଛନ୍ତି । ସେଠାରେ ସେ ରିଲେସନସିପରେ ଥିବ କଥା କହିଛନ୍ତି । ଏକ ୱେବ ପୋର୍ଟାଲକୁ ଦେଉଥିବା ଇଂଟରଭ୍ୟୁରେ ଯେତେବେଳେ ତାଙ୍କୁ ବ୍ୟକ୍ତିଗତ ଜୀବନ ବିଷୟରେ ପ୍ରଶ୍ନ କରାଗଲା ସେ କହିଲେ ମୋ ଜୀବନରେ କେହି ଖାସ ଲୋକ ନାହିଁ । ସେ କାହାର ନାମ ମଧ୍ୟ କହିଲେ ନାହିଁ । କିନ୍ତୁ ତାଙ୍କ ଈଶାରାରୁ ଜଣାପଡ଼ିଲାଯେ ସେ ଖୁବଶୀଘ୍ର ବିବାହ କରିପାରନ୍ତି । ଅବଶ୍ୟ ଦିନ ଏବଂ ସମୟ ବିଷୟରେ ସେ କହିବାକୁ ମନା କରିଦେଲେ ।

କଙ୍ଗନା କହିଛନ୍ତିଯେ କାହାକୁ ଡେଟ କରୁନି କିନ୍ତୁ ମୋ ଜୀବନରେ କେହି ଅଛି । ମୁଁ ଏବେ ମୋ ଜୀବନରେ ଯେଉଁଠାରେ ଅଛି ମୋତେ ଡେଟିଂର କୌଣସି ଆବଶ୍ୟକତା ନାହିଁ । ତେବେ ଯେତେବେଳେ ତାଙ୍କୁ ପ୍ରଶ୍ନ କରାଗଲାଯେ ସେ ସବୁବେଳେ ଆଟାକ ମୋଡ଼ରେ ରହୁନ୍ତି, ସେ ମଜାଳିଆ ଢଙ୍ଗରେ କହିଲେ ମୋତେ ପରୁଷଙ୍କ ପାଇଁ ମହିଳା ମାନେ ସର୍ବଦା ଏହିଭଳି ରହିବା ଉଚିତ ।

କହିରଖୁଛୁଯେ ଏହା ପୂର୍ବରୁ କଙ୍ଗନାଙ୍କ ଅଫେୟର ହ୍ରିତିକ ରୋଶନଙ୍କ ସହିତ ଥିଲା । କଙ୍ଗନା ସମସ୍ତଙ୍କ ସାମ୍ନାରେ କହିଥିଲେଯେ ହ୍ରିତିକଙ୍କ ସହିତ ତାଙ୍କର ଅଫେୟର ଅଛି କିନ୍ତୁ ହ୍ରିତିକ ଏହା ମନା କରି ଦେଇଥିଲେ । ଯାହା ପରେ ଦୁଇଜଣଙ୍କ ମଧ୍ୟରେ ପ୍ରେମ ପ୍ରତିଶୋଧରେ ବଦଳି ଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More