Only for Entertainment

ଅନୁରାଗ ବସୁଙ୍କ ଫିଲ୍ମ ‘ଇମଲୀ’ ଛାଡିଲେ କଙ୍ଗନା ! ଏହା ହେଉଛି ପ୍ରକୃତ କାରଣ

India
39

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ନିଜର ବେକାବୁ ବୟାନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । କିଛି ଦିନ ହେବ ଜଣା ଶୁଣା ଷ୍ଟାର୍ସଙ୍କ ସହିତ ତାଙ୍କର କଥା କଟା କଟି ଆଲୋଚନାର ବିଷୟ ପାଲଟିଛି । ଇତି ମଧ୍ୟରେ କଙ୍ଗନା ଏବେ ନିଜର ଆଗାମୀ ପ୍ରୋଜେକ୍ଟକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ତାଙ୍କର ଆଗାମୀ ଫିଲ୍ମ ପଙ୍ଗା ଏବଂ ମେଣ୍ଟା ଲ ହେ କ୍ୟାର ସେଟରୁ କଙ୍ଗନାଙ୍କ ଅନେକ ଫଟୋ ସାମ୍ନା କୁ ଆସିଛି । ଏହାକୁ ତାଙ୍କ ଫ୍ୟାନ୍ସ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ଏହି ଦୁଇଟି ଫିଲ୍ମ ବ୍ୟତିତ ସେ ଅନୁରାଗ ବସୁଙ୍କ ଫିଲ୍ମ ‘ଇମଲୀ’ରେ ମଧ୍ୟ ନଜର ଆସିଥାନ୍ତେ । କିନ୍ତୁ ଏବେ ଶୁଣିବାକୁ ମିଳୁଛି ଯେ, କଙ୍ଗନା କୁଆଡେ ଏହି ଫିଲ୍ମକୁ କରିବା ପାଇଁ ମନା କରିଦେଇଛନ୍ତି ।

anurag_collage_storysize_650_010814041626

ଫିଲ୍ମକୁ କରିବା ପାଇଁ ମନା କରିବା ପରେ କଙ୍ଗନା କହିଛନ୍ତି ମୋତେ ଖୁବ ଖରାପ ଲାଗୁଛି । ଅନୁରାଗ ଏବଂ ମୁଁ ଏହି ବିଷୟରେ ଆଲୋଚନା କରିଛୁ । ସେ କହିଛନ୍ତି ଯେ, ଇମଲୀ ଜରିଆରେ ମୋତେ ପୁଣିଥରେ ଅନୁରାଗଙ୍କ ସହିତ କାମ କରିବାର ସୁଯୋଗ ମିଳିଥାନ୍ତି କିନ୍ତୁ କିଛି ସପ୍ତାହ ମଧ୍ୟରେ ମୁଁ ମୋର ନୂଆ ଫିଲ୍ମ ବିଷୟରେ ଘୋଷଣା କରିବି ।

କୁହାଯାଉଛି ଯେ, କଙ୍ଗନା ତାଙ୍କ ଫିଲ୍ମରେ ନିଜେ ନିର୍ଦ୍ଦେଶନା ହେବା ପାଇଁ ଅନୁରାଗଙ୍କ ଏହି ଫିଲ୍ମରୁ ଓହରି ଯାଇଛନ୍ତି । କହିରଖୁଛୁ ଯେ, ୨୦୦୬ରେ ରିଲିଜ ହୋଇଥିବା ଅନୁରାଗ ବସୁଙ୍କ ଫିଲ୍ମ ‘ଗ୍ୟାଙ୍ଗଷ୍ଟାର’ ଜରିଆରେ ହିଁ କଙ୍ଗନା ବଲିଉଡରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More