Only for Entertainment

‘ପାଗଳପଣ’ର ଫୁଲ ଡୋଜ ହେଉଛି ‘ଜଜମେଂଟାଲ ହୈ କ୍ୟା ଟ୍ରେଲର’ । ଥିଏଟର ଯିବାକୁ ବାଧ୍ୟ କରିବ କଙ୍ଗନା-ରାଜକୁମାରଙ୍କ ଦମଦାର ଅଭିନୟ ।

21

ବଲିଉଡ ଆକ୍ଟର ରାଜକୁମାର ରାଓ ଏବଂ କଙ୍ଗନା ରନୌତଙ୍କ ଅଭିନୀତ ଫିଲ୍ମ ଜଜମେଂଟାଲ ହୈ କ୍ୟା’ର ଟ୍ରେଲର ରିଲିଜ ହୋଇ ସାରିଛି । ଫିଲ୍ମ ଏକ ମର୍ଡର ମିଷ୍ଟ୍ରି ଏବଂ ଏଥିରେ ଦୁଇ ଲୋକ ସନ୍ଦେହ ଘେରରେ ଅଛନ୍ତି । କଙ୍ଗନା-ରାଜକୁମାର । କଙ୍ଗନା ରାଜକୁମାରଙ୍କୁ ପାଗଳଙ୍କ ଭଳି ଭଲ ପାଉଥିବା ବେଳେ ରାଜକୁମାର ଅନ୍ୟ ଜଣଙ୍କୁ ପସନ୍ଦ କରୁଥିବେ ।

ଏହି ଫିଲ୍ମର ଟ୍ରେଲର ଦର୍ଶକଙ୍କୁ ବାନ୍ଧି ରଖିବା ପାଇଁ ସଫଳ ହୋଇଛି । ଏହା ଥିଏଟରକୁ ଆପଣଙ୍କୁ ଯିବା ପାଇଁ ନିହାତି ବାଧ୍ୟ କରିବ । ତେବେ ଏହା ଏକ ମର୍ଡର ମିଷ୍ଟ୍ରି ଏବଂ ଏଥିରେ କଙ୍ଗନା ଏବଂ ରାଜକୁମାର ସନ୍ଦେହ ଘେରରେ ଥିବେ । ଫିଲ୍ମରେ କଙ୍ଗନାଙ୍କ ବ୍ୟତୀତ ସତୀଶ କୌଶିକ ପୋଲିସ ଚରିତ୍ରରେ ନଜର ଆସିବେ ।

ଏହା ଦ୍ୱିତୀୟ ଫିଲ୍ମ ଯେତେବେଳେ କଙ୍ଗନା ଏବଂ ରାଜକୁମାର ଏକା ସାଙ୍ଗରେ ନଜର ଆସିବେ । ଏହା ପୂର୍ବରୁ ଦୁଇଜଣ କ୍ୱିନ’ରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More