Only for Entertainment

କାନ୍ସରେ କଙ୍ଗନାଙ୍କ ଜଲୱା, ନିଆରା ଶୈଳୀ ଦେଖି ଦର୍ଶକ ଅବାକ ।

bollywood tadka
48

୭୨ ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ ୧୪ ମଇକୁ ଆରମ୍ଭ ହୋଇଛି । ରବିବାରକୁ ଏହାର ତୃତୀୟ ଦିନ ଥିଲା । ଏହି ମଧ୍ୟରେ ବଲିଉଡ ଅଭିନେତ୍ରୀ କଙ୍ଗନା ରନୌତ ତାଙ୍କ ଦେଶୀ ଲୁକରେ ସମସ୍ତଙ୍କୁ ଇମ୍ପ୍ରେଶ କରି ଦେଇଛନ୍ତି । ଏହି ସମୟରେ କଙ୍ଗନା ଫାଲଗୁନି ସେନ ପିକକ ଇଣ୍ଡିଆ କଲେକ୍ସନର ବେଷ୍ଟ କାଂଜିବରମ ଶାଢୀରେ ସୁନ୍ଦର ଅନ୍ଦାଜରେ ନଜର ଆସିଛନ୍ତି ।

କଙ୍ଗନାଙ୍କ ଲୁକକୁ ଅଧିକ ୟୁନିକ କରିଥିଲା ମଭ ରଙ୍ଗର ଲଙ୍ଗ ଗ୍ଲୋଭସ । ଏହା ସହିତ ଗୋଲଡେନ ରଙ୍ଗର ଅଂଟା ସୁତା ପିନ୍ଧିଥିଲେ । କଙ୍ଗନାଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଦର୍ଶକ ଏହି ଲୁକକୁ ବେଶ ପସନ୍ଦ କରୁଛନ୍ତି ।

କହିରଖୁଛୁଯେ ସେଠାକୁ କଙ୍ଗନା ଏକ ବ୍ରାଣ୍ଡର ପ୍ରମୋଶନ ପାଇଁ ପହଂଚିଛନ୍ତି । ଏହି ଇଭେଂଟ ୧୪ରୁ ୨୫ ପର୍ଯ୍ୟନ୍ତ ଚାଲୁ ରହିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More