Only for Entertainment

ରେଳଷ୍ଟେସନ ବଲିଉଡ କୁଇନ , ଯାତ୍ରୀମାନଙ୍କୁ ଟିକେଟ ବିକି ଅପକମିଂ ଫିଲ୍ମର କଲେ ପ୍ରମୋଶନ !

45

ରିଲିଜ ପୂର୍ବରୁ ଫିଲ୍ମର ପ୍ରମୋସନ । କୌଣସି ନୂଆ କଥା ନୁହେଁ ।କିନ୍ତୁ କଳାକାର ଯେବେ ପ୍ରମୋସନ ପାଇଁ କିଛି ଅଲଗା,କିଛି ନିଆରା ଉପାୟ ଆପଣାନ୍ତି ସେତେବେଳେ ଏହାକୁ ନେଇ ଆରମ୍ଭ ହୁଏ ଚର୍ଚ୍ଚା । ଏବେ ସେମିତି କିଛି କରିଛନ୍ତି ବଲିଉଡ କୁଇନ କଙ୍ଗନା । ଅଭିନେତ୍ରୀ କେଉଁଠି,କିଭଳି ଢଙ୍ଗରେ କରିଛନ୍ତି ନିଜ ଅପକମିଂ ଫିଲ୍ମର ପ୍ରମୋସନ ଆସନ୍ତୁ ଦେଖିବା ।

ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ ରେଳଷ୍ଟେନ । ସବୁବେଳେ ଦେଖିବାକୁ ମିଳେ ଯାତ୍ରୀଙ୍କ ପ୍ରବଳ ଗହଳି । ଏଠାକାର ଦୃଶ୍ୟ କିଛି ସେଦିନ କିଛି ଅଲଗା ଥିଲା । କାରଣ ହଠାତ ଏଠାରେ ପହଁଚିଥିଲେ ବଲିଉଡ ଅଭିନେତ୍ରୀ କଙ୍ଗନା ରନୌତ । ଅଭିନେତ୍ରୀ ରେଲଷ୍ଟେସନରେ ପହଁଚିବା ପରେ ସିଧା ଯାଇଥିଲେ ଟିକେଟ କାଉଁଟରକୁ । ପୂର୍ବରୁ ଏଠାରେ ଟିକେଟ ପାଇଁ ଯାତ୍ରୀ ଭିଡ ଜମେଇଥିବାବେଳେ ଅଭିନେତ୍ରୀଙ୍କୁ ଦେଖି ସେଦିନ ଭିଡ ବୃଦ୍ଧି ପାଇଥିଲା । ସାଧାସିଧା ପୋଷାକ,ଗେଟଅପରେ ନଜର ଆସିଥିଲେ ନାୟିକା । ଠିକ ସେହିଭଳି ତାଙ୍କ ଆଚରଣ ଥିଲା ଯେଉଁ ଭୁମିକା ସେ ନିଜର ଅପକମିଂ ଫିଲ୍ମ ପଙ୍ଗାରେ ଦେଖିବାକୁ ମିଳିବେ । ତେବେ ଟିକେଟ କାଉଁଟରରେ କିଛି ସମୟ ବସି ଯାତ୍ରୀଙ୍କୁ ଟିକେଟ ମଧ୍ୟ ଦେଇଥିଲେ ଅଭିନେତ୍ରୀ ।ଏଥିସହ ଟ୍ରେଲର ଲଂଚ ଇଭେଂଟ ପାଇଁ ମିଡିଆକୁ ନିମନ୍ତ୍ରଣ ମଧ୍ୟ ଦେଇଥିଲେ ।


ଫିଲ୍ମର ପ୍ରଥମ ଟ୍ରେଲର ରିଲିଜ ସହ ଟିମ ପଙ୍ଗା ଫିଲ୍ମର ପ୍ରମୋସନ ମଧ୍ୟ ଆରମ୍ଭ କରିସାରିଲେଣି କଳାକାର । ନିଆରା ଅନ୍ଦାଜରେ ପ୍ରଥମ ପ୍ରମୋସନ କାର୍ଯ୍ୟକ୍ରମ ପାଇଁ ନିର୍ମାତା ବାଛିଛନ୍ତି ଛତ୍ରପତି ଶିବାଜୀ ଟର୍ମିନାଲ ରେଲଷ୍ଟେସନକୁ । ପଙ୍ଗାରେ ଜୟା ନିଗମ ଭୂମିକାରେ ଅଭିନୟ କରୁଛନ୍ତି କଙ୍ଗନା । ଯିଏକି ରେଳବିଭାଗରେ କାମ କରିବା ସହ କବାଡ଼ି ଖେଳାଳୀ ଚରିତ୍ରରେ ଅଭିନୟ କରୁଛନ୍ତି । ତେବେ ଅଭିନେତ୍ରୀଙ୍କ ଏହି ନିଆରା ଅନ୍ଦାଜରେ ଫିଲ୍ମ ପ୍ରମୋସନ ଦର୍ଶକଙ୍କୁ ପସନ୍ଦ ଆସୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More