Only for Entertainment

ଭଉଣୀ ରଙ୍ଗୋଲୀ ସହିତ କାନୁନ ଜାଲରେ ଫସିଲେ କଙ୍ଗନା, ଜାଣନ୍ତୁ ପୁରା ମାମଲା ।

The Indian Express
0 35

ବଲିଉଡ କ୍ୱିନ କଙ୍ଗନା ରାଣାୱତ ନିଜର ବିବାଦୀୟ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ଏବେ କିଛି ଅଲଗା କାରଣରୁ ଚର୍ଚ୍ଚାକୁ ଆସିଛନ୍ତ ସେ । ଖବର ଅନୁସାରେ ନିକଟରେ ମୁମ୍ବାଇର ଖାର ପୁଲିସ ଷ୍ଟେସନ କଙ୍ଗନାଙ୍କୁ ଏକ ସମନ ଜାରି କରିଛନ୍ତି । କଙ୍ଗନା, ତାଙ୍କ ଭଉଣୀ ରଙ୍ଗୋଲୀ ଏବଂ କଙ୍ଗନାଙ୍କ ଫାଇନାନ୍ସ ଟିମ ବିରୋଧରେ ଜଣେ ପ୍ରପର୍ଟି ଡିଲର ଖାର ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଛନ୍ତି ।

kangana and her sis

ସୂଚନା ଅନୁସାରେ କଙ୍ଗନା ମୁମ୍ବାଇର ପାଲି ହିଲରେ ଏକ ବଙ୍ଗଳା କିଣିଥିଲେ । କିନ୍ତୁ ବଙ୍ଗଳାର ପ୍ରପର୍ଟି ଡିଲରଙ୍କର ଟଙ୍କା ପୁରା ପେମେଣ୍ଟ କରିନଥିଲେ । କିନ୍ତୁ କଙ୍ଗନାଙ୍କ କହିବା ଅନୁସାରେ ତାଙ୍କର ଫାଇନାନ୍ସ ଟିମ ପ୍ରପଟି ଡିଲରଙ୍କୁ ଏକ ପ୍ରତିଶତ କମିଶନ ଯାହା ପାଖାପାଖି ୨୦ ଲକ୍ଷ ଟଙ୍କା ଦେଇଥିଲେ । ପେମେଣ୍ଟ ପରେ ଡିଲର ୨ ପ୍ରତିଶତ କମିଶନ ଦାବି କରୁଛି ।

kangana

କୁହାଯାଉଛି ଯେ ଚଳିତ ବର୍ଷ ଜୁଲାଇ ଶେଷରେ ପ୍ରପର୍ଟି ଡିଲର ପ୍ରକାଶ ଜି ରୋହିରା ଖାର ପୁଲିସ ଷ୍ଟେସନରେ କଙ୍ଗନାଙ୍କ ବିରୋଧରେ ଅଭିଯୋଗ କରିଥିଲେ । ସେ କହିଥିଲେ ସେ ହିଁ ବ୍ରୋକର ଥିଲେ ଏବଂ କଙ୍ଗନା ତାଙ୍କୁ ପଇସା ଦେଇନାହାଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More