Only for Entertainment

ମଣିକର୍ଣ୍ଣିକାରେ କୋରିଅଗ୍ରାଫି କରିବେ ସରୋଜ ଖାନ । ଏହି ଗୀତରେ ଡ୍ୟାନ୍ସ କରିବେ କଙ୍ଗନା

cinestan
0 34

ଗତ କିଛି ଦିନ ହେବ କଙ୍ଗନା ରନାୱତଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’ କୁ ନେଇ ବଲିଉଡରେ ଚର୍ଚ୍ଚା ଜୋର ଧରିଛି । ଏହାର ରିଲିଜ ଡେଟ ଜାନୁୟାରୀ ୨୬ କୁ ରଖାଯାଇଛି । କିନ୍ତୁ ଫିଲ୍ମରେ ହୋଇଥିବା ଅଦଳବଦଳ ପାଇଁ ସେହି ସମୟରେ ଫିଲ୍ମଟି ସଂପୂର୍ଣ୍ଣ ଭାବରେ ଶେଷ ହେବା ପାଇଁ ଆଶିଂକ ସଂନ୍ଦେହ ବଢିଯାଇଥିଲା । ତେବେ ନିକଟରେ ଖବର ଆସିଥିଲା ଯେ, ଫିଲ୍ମଟି ବାକି ଥିବା କାମ ଗୁଡିକ ଶେଷ କରିବା ପାଇର୍ ସବୁ ଦାୟିତ୍ୱ କଙ୍ଗନା ରନାୱତ ହିଁ ନେଇଥିଲେ । ଏହାପରେ ଫିଲ୍ମରୁ ସୋନୁ ବାହାରି ଯାଇଥିବା ଖବର ମଧ୍ୟ ମିଳିଥିଲା । କିନ୍ତୁ ବର୍ତ୍ତମାନ ଶୁଣିବାକୁ ମିଳୁଛି ମଣିକର୍ଣ୍ଣିକାର ଗୋଟିଏ ଗୀତ ପାଇଁ ସରୋଜ ଖାନ ଏହି ପ୍ରୋଜେକ୍ଟରେ ଯୋଡି ହୋଇଛନ୍ତି ।

ରିପୋର୍ଟ ଅନୁସାରେ-‘ସରୋଜ ଖାନ୍ଙ୍କୁ ନିକଟରେ ଏକ ସ୍ପେଶାଲ ଗୀତ ପାଇଁ ଏହି ଫିଲ୍ମରେ ସାମିଲ କରାଯାଇଛି । ଏହି ଗୀତକୁ କଙ୍ଗନା ଏବଂ ତାଙ୍କର ଅନ୍ସକ୍ରିନ୍ ସ୍ୱାମୀ ଜେସୁ ସେନ୍ଗୁପ୍ତାଙ୍କ ସହ ସୁଟିଂ କରାଯିବ । ଏହି ଗୀତର ସୁଟିଂ ପାଇଁ କଙ୍ଗନା ନିକଟରେ କିଛି ଦିନ ହେବ ଅଭ୍ୟାସ କରୁଥିବା ନଜର ଆସିଥିଲେ । ୧୮ ସେପ୍ଟେମ୍ବର ଠାରୁ ଗୀତଟିକୁ କରଜତର ନିତିନ ଦେଶାଇ ଷ୍ଟୁଡିଓରେ ତିଆରି ହୋଇଥିବା ଏକ ସେଟରେ ସୁଟିଂ କରାଯିବ ।

 

ସରୋଜ ଖାନ୍ ଏହି ପ୍ରୋଜେକ୍ଟରେ ଯୋଡି ହେବା ପରେ ଏତିକି ଦେଖିବାକୁ ମିଳିବ ଯେ, ଏହି ଗୀତଟି ଏକ ସ୍ପେଶାଲ ଗୀତ ହେବ । ତେବେ ସୂଚନାନୁସାରେ ଫିଲ୍ମର ନିର୍ଦ୍ଦେଶକ କୃଷ୍ଣ ଏନ୍ଟିଆରଙ୍କ ବାୟୋପିକରେ ବ୍ୟସ୍ତ ଥିବା ବେଳେ କଙ୍ଗନାଙ୍କ ଉପରେ ହିଁ ଫିଲ୍ମର ପୁରା ଦାୟିତ୍ୱ ପଡିଯାଇଛି । ଏହାସହ କଙ୍ଗନା ଏବେ ଫିଲ୍ମର ଡାଇରେକ୍ଟର ବିଜେନ୍ଦ୍ର ପ୍ରସାଦ ଏବଂ ପ୍ରସୁନ ଜୋସିଙ୍କ ସହ ମିଶି ଫିଲ୍ମଟିର ସୁଟିଂ ଦେୟିତ୍ୱ ବହନ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More