Only for Entertainment

ପ୍ଲାଷ୍ଟିକ ପଲିଥିନରେ କଙ୍ଗନା ଲୁଚାଇଲେ ନିଜ ଚେହେରା, ଭିଡିଓ ସେୟାର କରି ଲୋକଙ୍କୁ କଲେ ଏହି ଅପିଲ

IBTimes India
0 32

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ‘ମେଣ୍ଟାଲ ହେ କ୍ୟା’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ନିକଟରେ କଙ୍ଗନାଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ କଙ୍ଗନା ପ୍ଲାଷ୍ଟିକ ପଲିଥିନରେ ନିଜ ଚେହେରା ଲୁଚାଉଥିବା ନଜର ଆସିଛନ୍ତି । ଆପଣ ଭାବୁଥିବେ ଏପରି କ’ଣ ହେଲା ଯେ କଙ୍ଗନାଙ୍କୁ ତାଙ୍କ ମୁହଁ ଲୁଚାଇବାକୁ ପଡିଲା ।

ଖବର ଅନୁସାରେ କଙ୍ଗନା ବିଶ୍ୱ ପରିବେଶ ଦିବସରେ ଏକ ଭିଡିଓ ଫ୍ୟାନମାନଙ୍କ ସହିତ ସେୟାର କରିଛନ୍ତି । ଭିଡିଓରେ କଙ୍ଗନା ମୁହଁରେ ପଲିଥିନ ବ୍ୟାଗ ଢାଙ୍କି ଲୋକଙ୍କୁ କିଛି ଅପିଲ କରିଛନ୍ତି । ସେ କହିଛନ୍ତି ଏହିପରି ଭାବେ ଯଦି ଆମେ ପ୍ଲାଷ୍ଟିକର ବହୁଳ ପରିମାଣରେ ଉପଯୋଗ କରିବା ତେବେ ସମୁଦ୍ରରେ ମାଛ ଅପେକ୍ଷା ପ୍ଲାଷ୍ଟିକ ଅଧିକ ମାତ୍ରାରେ ଦେଖିବାକୁ ପାଇବା ।

କହିରଖୁଛୁ ଯେ ଜୁନ ୫ରେ ପାଳନ କରାଯାଉଥିବା ବିଶ୍ୱ ପରିବେଶ ଦବସରରେ ଚଳିତ ବର୍ଷ ‘ବିଟ ପ୍ଲାଷ୍ଟିକ ପଲ୍ୟୁସନ’ ଥିମ ରଖାଯାଇଥିଲା । କେବଳ କଙ୍ଗନା ନୁହଁନ୍ତି ଅନେକ ବଲିଉଡ କଳାକାର ପ୍ଲାଷ୍ଟିକ ବ୍ୟବହାରକୁ ରୋକିବା ପାଇଁ ଆହ୍ୱାନ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More