Only for Entertainment

ଫିଲ୍ମ ‘ଧାକଡ’ର ନୂଆ ପୋଷ୍ଟର ହେଲା ରିଲିଜ, ଆକ୍ସନ ମୋଡରେ କଙ୍ଗନା ରନାୱତ !

42

କଙ୍ଗନା ରନାୱତ କିଛି ଦିନ ହେବ ନିଜ ଫିଲ୍ମ ‘ଜଜମେଂଟାଲ ହେ କ୍ୟା’ ଜୋରଶୋରରେ ପ୍ରମୋଟ କରିବାରେ ଲାଗିପଡିଛନ୍ତି । କଙ୍ଗନା ରନାୱତ ଏବଂ ରାଜକୁମାର ରାଓଙ୍କ ଏହି ଫିଲ୍ମ ୨୬ଜୁଲାଇ ପ୍ରତି ସିନେମା ଘରେ ରିଲିଜ ହେବାକୁ ଯାଉଛି । ଏହାମଧ୍ୟରେ କଙ୍ଗନାଙ୍କ ଆଉ ଏକ ନୂଆ ଫିଲ୍ମ ଧାକଡର ଚର୍ଚ୍ଚା ହେବା ଆପମ୍ଭ ହୋଇଗଲାଣି । କଙ୍ଗନା ରନାୱତଙ୍କ ଏହା ଏକ ଆକ୍ସନ ଫିଲ୍ମ ଥ୍ରିଲର ଫିଲ୍ମ ଅଟେ । ଯେଉଁଥିରେ କଙ୍ଗନା ଜବରଦସ୍ତ ଆକ୍ସନ କରୁଥିବାର ନଜର ଆସିଛନ୍ତି । ନିକଟରେ ଫିଲ୍ମର ପୋଷ୍ଟର ସାମ୍ନାକୁ ଆସିଥିଲା । ଏହି ପୋଷ୍ଟରକୁ ଖୁବ ପ୍ରଶଂସା ମିଳିଥିଲା ।

ଏବେ ଏହି ଫିଲ୍ମର ଆଉ ଏକ ପୋଷ୍ଟର ସାମ୍ନାକୁ ଆସିଛି । ଯେଉଁଥିରେ କଙ୍ଗନା ନିଜ ଦୁଇ ହାତରେ ବନ୍ଧୁକ ଧରି ଗୁଳି ଚଳାଉଥିବାର ନଜର ଆସିଛନ୍ତି । ତାଙ୍କ ଆଖିରେ କ୍ରୋଧ ପରିଷ୍କାର ନଜର ଆସିଛି । ଏହି ଫିଲ୍ମକୁ ରଜନୀଶ ରେଜୀ ନିର୍ଦ୍ଧେଶନା ଦେଇଛନ୍ତି । ଏହି ଫିଲ୍ମକୁ ରେଜିଙ୍କ ସହ ଚିନ୍ତନ ଗାନ୍ଧୀ ଏବଂ ରିନିଶ ରବିନ୍ଦ୍ର ଲେଖିଛନ୍ତି । ଫିଲ୍ମ ବିଷୟରେ ନିର୍ଦ୍ଦେଶକ ରେଜି କହିଛନ୍ତି ଯେ ଅଭିନେତାଙ୍କ ମଧ୍ୟରେ କଙ୍ଗନାଙ୍କ ସଫଳତା ନଜର ଆସୁଛି ଏବଂ ସେ ଅନୁମାନ କରୁଛନ୍ତି ଯେ କଙ୍ଗନା ଏହି ଫିଲ୍ମ ପାଇଁ ପରଫେକ୍ଟ ଅଛନ୍ତି ।

ଏହି ଫିଲ୍ମର ସୁଟିଂ ଭାରତ ବ୍ୟତୀତ ସାଉଥ ଇଷ୍ଟ ଏସିଆ, ମିଡିଲ ଇଷ୍ଟ ଏବଂ ୟୁରୋପରେ ସୁଟ କରାଯିବ । ଶୁଣିବାକୁ ମିଳିଛି ଯେ ଏହି ଫିଲ୍ମ ୨୦୨୦ ଦୀପାବଳୀରେ ରିଲିଜ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More