Only for Entertainment

ରାଣୀ ଲକ୍ଷ୍ମୀବାଇଙ୍କ ଭୂମିକା ପରେ ଆଗାମୀ ପ୍ରୋଜେକ୍ଟରେ କବାଡି ଖେଳାଳି ଭାବେ ନଜର ଆସିବେ କଙ୍ଗନା ।

zee news
0 32

ଅଭିନେତ୍ରୀ କଙ୍ଗନା ରଣାୱତ ଏବେ ନିଜର ଆଗାମୀ ଫିଲ୍ମ ‘ମଣିକର୍ଣ୍ଣିକା’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହା ସହିତ ତାଙ୍କର ଆଉ ଗୋଟିଏ ଫିଲ୍ମ ମଧ୍ୟ ରିଲିଜ ଅପେକ୍ଷାର । ଏହି ଫିଲ୍ମର ଟାଇଟଲ ହେଉଛି ‘ମେଣ୍ଟାଲ ହେ କ୍ୟା’ । ଫିଲ୍ମରେ ସେ ଅଭିନେତା ରାଜକୁମାର ରାଓଙ୍କ ସହିତ ନଜର ଆସିବେ । ତେବେ ଇତି ମଧ୍ୟରେ କଙ୍କନାଙ୍କ ଆଉ ଏକ ପ୍ରୋଜେକ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଶୁଣିବାକୁ ମିଳୁଛି ଯେ କଙ୍ଗନା ନିଜର ଆଗାମୀ ଫିଲ୍ମରେ କବାଡି ଖେଳିବେ । ଫିଲ୍ମର ଟାଇଟଲ ରଖାଯାଇଛି ‘ପଙ୍ଗା’ । ଏହି ଫିଲ୍ମରେ କଙ୍ଗନା ଏକ ଜାତୀୟ ସ୍ତରୀୟ କବାଡି ଖେଳାଳି ଭାବେ ନଜର ଆସିବେ ।

ଫିଲ୍ମ ନିର୍ମାତା ଅଶ୍ୱିନୀ ଆୟାର ତିୱାରୀ କଙ୍ଗନାଙ୍କୁ ଏହି ପ୍ରସ୍ତାବ ଦେବାପରେ କଙ୍ଗନା ସଙ୍ଗେ ସଙ୍ଗେ ଏହି ଫିଲ୍ମ କରିବା ପାଇଁ ରାଜି ହୋଇଯାଇଥିବା ଶୁଣିବାକୁ ମିଳୁଛି । ପାରିବାରିକ କାହାଣୀକୁ ନେଇ ସମ୍ପୂର୍ଣ୍ଣ ଫିଲ୍ମର ବିଷୟବସ୍ତୁ ଗତିଶୀଳ । ଏହି ଫିଲ୍ମରେ କଙ୍ଗନାଙ୍କ ବ୍ୟତୀତ ନୀନା ଗୁପ୍ତା, ଜସ୍ୱି ଗିଲ ମୁଖ୍ୟ ଭୂମିକାରେ ଅଭିନୟ କରିବେ ।

 

ଫିଲ୍ମରେ କାମ କରିବାର ଅଫର ଶୁଣି ପ୍ରଥମେ କଙ୍ଗନା ବହୁତ ଖୁସି ହୋଇଯାଇଛନ୍ତି । ଆଉ କହିଛନ୍ତି, ଫିଲ୍ମଟି ଅଧିକ ପ୍ରଭାବଶାଳୀ ଅଛି । ଅଶି୍ୱନୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ନୂଆ ଫିଲ୍ମର ସମସ୍ତ କଳାକାରଙ୍କ ସହ ପରିବାର ଲୋକଙ୍କ ଫଟୋ ଅପଲୋଡ କରିଛନ୍ତି । ଏପଟେ କଙ୍ଗନା ଫିଲ୍ମ “ମେଣ୍ଟାଲ ହେ କ୍ୟା’ର ସୁଟିଂ ଶେଷ କରି ‘ମଣିକର୍ଣ୍ଣିକା’ ପାଇଁ ପ୍ରସ୍ତୁତ ହେଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More