Only for Entertainment

‘ମୁଁ ଏବେ ଯେଉଁଠି ଅଛି ସେ କେବେ ସେଠାରେ ପହଞ୍ଚି ପାରିବେ ନାହିଁ’ ବୋଲି କାହାକୁ କହିଲେ କଙ୍ଗନା

22

କିଛି ମାସର ବ୍ୟବଧାନରେ ଏବେ ପୁଣି ରିତିକ୍‌-କଙ୍ଗନା ବିବାଦ ତେଜିବା ଆରମ୍ଭ ହୋଇଛି । ଇଣ୍ଡିଆ ଟୁଡେ କନ୍‌କ୍ଲେଭ୍‌ରେ ଯୋଗ ଦେଇ କଙ୍ଗନା ପୁଣି ଥରେ ଲିଭି ଯାଇଥିବା ନିଆଁରୁ ଧୂଆଁ ବାହାର କରିଛନ୍ତି । କନ୍‌କ୍ଲେଭ୍‌ରେ ଯୋଗ ଦେଇ ସେ ଖୁଲମ୍‌ ଖୁଲା ଭାବରେ ସେ ରିତିକ୍‌ଙ୍କ ବିରୋଧରେ କହୁଥିବା ଦେଖା ଯାଇଛି ।

hrithik-roshan-kangana-ranaut

ରିତିକ୍‌ଙ୍କ ନାଁ ନ ନେଇ ତାଙ୍କୁ ଇଶାରା କରି କଙ୍ଗନା କହିଛନ୍ତି,  ୫ବର୍ଷ ଜଣଙ୍କ ସହ କାମ କରିବା ପରେ ଜଣେ ଜଣଙ୍କୁ ଚିହ୍ନି ନାହିଁ ବୋଲି କେମିତି କହି ପାରିବ? ଏହା କିପରି ସମ୍ଭବ ମୁଁ ତାହା ଜାଣିବାକୁ ଚାହେଁ । ପ୍ରଥମେ ଅନୁରାଗ ବସୁଙ୍କ ଫିଲ୍ମ ‘କାଇଟ୍‌ସ’ରେ ଆମେ ଦୁଇ ବର୍ଷ କାମ କରିବା ପରେ ‘କ୍ରିସ୍‌-୩’ରେ ୩ ବର୍ଷ କାମ କରିଥିଲୁ । ଦୁଇଟି ଫିଲ୍ମରେ କାମ କରି ମଧ୍ୟ ସେ ମୋତେ ଚିହ୍ନି ନଥିବା କେମିତି କହି ପାରିଲେ? ମୋତେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆଗକୁ ବଢ଼ିବା ପାଇଁ କାହାର ସାହାଯ୍ୟ ଦରକାର ନାହିଁ । ମୁଁ ଏବେ ଯେଉଁଠି ଅଛି, ସେ କେବେ ହେଲେ ସେଠାରେ ପହଞ୍ଚି ପାରିବେ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More