Only for Entertainment

ଶ୍ରାବଣ ମାସରେ ଶିବଙ୍କ ଦର୍ଶନ କରିବା ପାଇଁ କୋୟମ୍ବଟୁରରେ ପହଁଚିଲେ କଙ୍ଗନା, ଜାଣନ୍ତୁ ଏହି ମନ୍ଦିର ବିଷୟରେ କିଛି କଥା ।

nari
0 42

ଭାରତ ଏପରି ଏକ ଦେଶ ଯେଉଁଠି ପ୍ରତ୍ୟେକ ଧର୍ମକୁ ସମାନ ମହତ୍ୱ ଦିଆଯାଇଥାଏ । କିନ୍ତୁ ଭାରତରେ ହିନ୍ଦୁ ଧର୍ମର ସବୁଠାରୁ ଅଧିକ ମହତ୍ୱ ରହିଛି । ହିନ୍ଦୁ ଧର୍ମରେ ଭାଗବାନ ଶିବଙ୍କର ପୂଜା ଅନେକ ଲୋକେ କରିଥାନ୍ତି । ଶ୍ରାବଣ ମାସରେ ଭାଗବାନ ଶିବଙ୍କର ଖାସ ପୂଜା କରାଯାଇଥାଏ ଏବଂ ଲୋକେ ବ୍ରତ ମଧ୍ୟ ରଖିଥାନ୍ତି । ଏହା ବ୍ୟତିତ ଶ୍ରାବଣ ମାସ ଆରମ୍ଭ ହେବା ମାତ୍ରେ ଲୋକ ନିଜର ମନୋକାମନା ପୂରଣ କରିବା ପାଇଁ ପାଣିଭାର ନେଇ ଶିବଲିଙ୍ଗରେ ଢାଳିଥାନ୍ତି । ଏହା ସହିତ ଭଗବାନ ଶିବଙ୍କର ପ୍ରସିଦ୍ଧ ମନ୍ଦିର ଗୁଡିକୁ ଦର୍ଶନ କରିବା ପାଇଁ ବାହାରିଥାନ୍ତି । ସେଥିମଧ୍ୟରେ ରହିଛି ଭଗବାନ ଶିବଙ୍କର କୋୟମ୍ବଟୁରରେ ଥିବା ଆଦିଯୋଗୀ ମନ୍ଦିର ।

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ନିଜର ଆଗାମୀ ଫିଲ୍ମ ‘ମେଣ୍ଟାଲ ହେ କ୍ୟା’ ଏବଂ ‘ମଣିକର୍ଣ୍ଣିକା’ର ସୁଟିଂ ପୁରା କରିବା ପରେ ତାମିଲନାଡୁର ଥିବା କୋୟମ୍ବଟୁରର ଆଦିଯୋଗୀ ମନ୍ଦିରରେ ଭଗବାନ ଶିବଙ୍କର ଦର୍ଶନ କରିବା ପାଇଁ ପହଁଚିଥିଲେ । ଟିମ କଙ୍ଗନା ରଣାୱତ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି । ଫଟୋରେ ସେ ଭଗବାନ ଶିବଙ୍କ ପୂଜା କରୁଥିବା ଦେଖିବାକୁ ମିଳିଛି ।

 

କୋୟମ୍ବଟୁର ଠାରୁ ୩୦ କିଲୋମିଟର ଦୂର ସ୍ଥିତ ଆଦିଯୋଗୀ ମନ୍ଦିର ଶିବଙ୍କ ଅଧାନିର୍ମିତ ୧୧୨ ଫୁଟ ଉଚ୍ଚ ପ୍ରତିମା ପାଇଁ ପୁରା ଦୁନିଆରେ ପ୍ରସିଦ୍ଧ । ଏହା ଭାରତର ଏକ ମାତ୍ର ପ୍ରତିମା ଯାହା ଆଧା ନିର୍ମିତ । ପ୍ରତିମାର ଉଚ୍ଚତା ଏବଂ ଅନୋଖା ନିର୍ମାଣ ଶୈଳୀ ପାଇଁ ଏହି ମୂର୍ତ୍ତି ଗିନିଜ ଗୁକ ଅଫ ୱାଲ୍ଡ ରେକର୍ଡରେ ସ୍ଥାନ ପାଇଛି ।

coimbatore-temple-ll

ଭଗବାନ ଶିବଙ୍କର ଆଦିଯୋଗୀ ରୂପକୁ ଦର୍ଶନ କରିବା ପାଇଁ ଅନେକ ଲୋକ ସେଠାକୁ ଆସିଥାନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ମୂର୍ତ୍ତିର ଓଜନ ୫୦୦ ଟନ । ଯାହା ଭାରତର କୌଣସି ମୂର୍ତ୍ତି ଠାରୁ ଅଧିକ । ଭଗବାନ ଶିଙ୍କର ଏହି ମୂର୍ତ୍ତିକୁ ମାଟି ବଦଳରେ ଛୋଟ ଛୋଟ ସ୍ଟିଲ ଖଣ୍ଡକୁ ଯୋଡି ନିର୍ମାଣ କରାଯାଇଛି । ଶିବଙ୍କର କେବଳ ଚେହେରା ନିର୍ମାଣ କରିବା ପାଇଁ କାରିଗରଙ୍କୁ ଅଢେଇ ବର୍ଷ ଲାଗିଥିଲା । ଭଗବାନ ଶିବଙ୍କର ଏହି ପ୍ରତିମା ୧୧୨ ଫୁଟ ଉଚ୍ଚ, ୨୪.୯୯ ମିଟରର ଚଉଡା ଏବଂ ୧୪୭ ଫୁଟ ଲମ୍ବା ।

temple

ଶିବଙ୍କ ଏହି ପ୍ରତିମା ସାମ୍ନାରେ ନିର୍ମିତ ନଦୀକୁ ରାଶି, ହଳଦୀ ଏବଂ ଭଷ୍ମ ଏବଂ ମାଟିରେ ନିର୍ମାଣ କରାଯାଇଛି ଯାହା ମନ୍ଦିରର ସୋଭାକୁ ଆହୁରି ବଢାଇଛି । ଶିବଙ୍କ ପ୍ରତିମା ବ୍ୟତିତ ଆପଣ ଏଠାରେ ପ୍ରକୃତିକ ଦୃଶ୍ୟକୁ ମଧ୍ୟ ଉପଭୋଗ କରିପାରିବେ । ଶ୍ରାବଣ ମାସରେ ଯଦି ବୁଲିବାର ପ୍ଲାନ କରୁଥାନ୍ତି ତେବେ ଏହି ମନ୍ଦିରର ଶାନ୍ତ ପରିବେଶରଆପଣ ମଜା ନେଇପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More