Only for Entertainment

କ୍ରିକେଟ’ର ଏହି ଦୁଇ ମହାରଥୀ ଲଗାଇବେ କମେଡି ତଡକା, ସୁନିଲ ଗ୍ରୋଭର ଏବଂ ଶିଳ୍ପାଙ୍କ ସହିତ ଆସିବେ ନଜର

Zee News
0 35

କ୍ରିକେଟ ଏବଂ ବଲିଉଡର ଯୁଗଳବନ୍ଦୀ ପୁଣି ଥରେ ଦଖିବାକୁ ମିଳିବ । ଏଠାରେ ଆମେ କେଉଁ ଯେଡି ବିଷୟରେ ନୁହେଁ ବରଂ ଏକ ନୂଆ ଶୋ ବିଷୟରେ କହୁଛୁ । ଏହି ନୂଆ ଶୋ’ରେ ସୁନିଲ ଗ୍ରୋଭର ଏବଂ ଶିଳ୍ପା ସିନେ୍ଧଙ୍କ ସହିତ କପିଳ ଦେବ ଏବଂ ବିରେନ୍ଦ୍ର ସେହୱାଗ ମଧ୍ୟ ନଜର ଆସିବେ । କ୍ରିକେଟ ଏବଂ କମେଡିର ଏହି କମ୍ବିନେସନ ଶୋ’ ଡିଟିଟାଲ ପ୍ଲାଟଫର୍ମରେ ରିଲିଜ କରାଯିବ । ଏହି ଶୋ’ର ୨୨ଟି ଏପିସୋଡ ରହିବ ।

SHILPA_

ଖବର ଅନୁସାରେ କପିଲ ଦେବ ଏବଂ ସେହୱାଗ ଏଥିପାଇଁ କନଟ୍ରାକ୍ଟ ମଧ୍ୟ ସାଇନ କରିଦେଇଛନ୍ତି । ଏହା ପୂର୍ବରୁ କେବଳ ଶିଳ୍ପା ଏବଂ ସୁନିଲଙ୍କ ନାମ ସାମ୍ନାକୁ ଆସୁଥିଲା । ଏବଂ ତାଙ୍କର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା ।

maxresdefault

ରିପୋର୍ଟ ଅନୁସାରେ ଏହି ଶୋ’ରେ ସୁନିଲଙ୍କୁ ଏକ ନୂଆ ଚରିତରେ ଦର୍ଶକ ଦେଖିବାକୁ ପାଇବେ । ସେହିପରି ଶିଳ୍ପାଙ୍କୁ ମଧ୍ୟ ଏକ ଭିନ୍ନ ଅନ୍ଦାଜରେ ଦର୍ଶକ ଦେଖିବାକୁ ପାଇବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More