Only for Entertainment

ପୂର୍ବାପେକ୍ଷା ସୁଧୁରି ଯାଇଛନ୍ତି କପିଲ, ସେଲିବ୍ରେଟୀଙ୍କୁ ଅପେକ୍ଷା କରିବାକୁ ପଡ଼ୁନାହିଁ । ଏଭଳି କାହିଁକି କହିଲେ ଜୁହି?

Amar Ujala
21

ଦିନ ଥିଲା କପିଲଙ୍କ ଶୋ ଟିଆରପିରେ ପ୍ରଥମ ସ୍ଥାନରେ ଥିଲା । ଗୋଟିଏ ସମୟରେ ସାରା ଭାରତକୁ ଏକା ସମୟରେ ହସାଉଥିଲେ କପିଲ । ତାହା ପରେ ପରେ ଆରମ୍ଭ ହୋଇଥିଲା କପିଲ ଏବଂ ସୁନିଲ ଗ୍ରାଭରଙ୍କ ମଧ୍ୟରେ ମହାଭାରତ । ଯାହପାରେ ସୁନିଲ ଶୋ ଛାଡ଼ି ଦେଲେ ଏବଂ କିଛି ଦିନ ପରେ କପିଲଙ୍କ ଶରୀର ଅୁସୁସ୍ଥ ହୋଇ ପଡ଼ିବାରୁ ବାଧ୍ୟହୋଇ ଶୋ’କୁ ବନ୍ଦ କରିବାକୁ ପଡ଼ିଲା । ଏହାପରେ ପୁଣିଥରେ ଶୋ ଆରମ୍ଭ ହେଲା ଏବଂ ତାହା ମଧ୍ୟ ପୁଣିଥରେ ବନ୍ଦ ହେଲା । ଏବେ ପୁଣିଥରେ ଶୋ ଆରମ୍ଭ ହୋଇଛି ଏବଂ ଟିଆରପି ମଧ୍ୟ ଖୁବ ଭଲ ରହିଛି । ଶୋ’ର ପ୍ରଯୋଜନା କରୁଛନ୍ତି କପିଲ । ତେବେ କପିଲଙ୍କୁ ନେଇ ସୁବବେଳେ ସେଲିବ୍ରେଟୀ ମାନଙ୍କର ଗୋଟିଏ ଆପତ୍ତି ଥାଏ ଯେ ସେମ ସମସ୍ତଙ୍କୁ ଖୁବ ଅପେକ୍ଷା କରାନ୍ତି । ଏବେ କିନ୍ତୁ ଏହାର ପୁନରାବୃତ୍ତି ହେଉନାହିଁ, ଯାହାର ଖୁଲାସା କରିଛନ୍ତି ନିଜେ ଅଭିନେତ୍ରୀ ଜୁହି ଚାୱଲା ।

ସୂଚନା ମୁତାବକ, ଜୁହି ଚାଓ୍ଵଲା କପିଲଙ୍କ ସୋ’ରେ ଯୋଗ ଦେଇଥିବା ବେଳେ ଆଗ ଭଳି ଏବେ ସେଲିବ୍ରିଟିମାନଙ୍କୁ ଅପେକ୍ଷା କରାଉ ନଥିବା କହିଥିଲେ । ଆଗରୁ କପିଲ ସେଟ୍‌କୁ ରାତି ୧୧ଟାରେ ଆସୁଥିବା ବେଳେ ସୁଟିଂ ଭୋର ୩ଟା ପର୍ଯ୍ୟନ୍ତ ଚାଲେ । କିନ୍ତୁ ଏବେ ମୋତେ କପିଲଙ୍କ କ୍ରିଉ ମେମ୍ବର ଫୋନ କରି ସଂନ୍ଧ୍ୟା ୭ଟାରେ ଆସିବା ପାଇଁ କହିଥିଲେ । କାରଣ ବିବାହ ପରେ କପିଲଙ୍କୁ ୧୦ଟାରେ ଘରକୁ ଯିବାକୁ ପଡ଼ୁଛି । କ୍ରିଉ ମେମ୍ବରଙ୍କଠାରୁ ଏ କଥା ଶୁଣି ମୁଁ ଏହା ଗିନ୍ନି ଇଫେକ୍ଟ୍‌ସ ବୋଲି କହିଥିଲି । ଜୁହିଙ୍କ ଏ କଥା ଶୁଣି ଉପସ୍ଥିତ ଲୋକଙ୍କ ସମେତ କପିଲ ମଧ୍ୟ ହସିବାକୁ ଲାଗିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More