Only for Entertainment

ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନଙ୍କ ସହିତ କପିଲ ଶର୍ମାଙ୍କ ସାକ୍ଷାତ, ଟ୍ୱିଟ କରି କହିଲେ ଏହି କଥା…

Latestly
26

ଟିଭିର ପ୍ରସିଦ୍ଧ କମେଡିଆନ କପିଲ ଶର୍ମା ଏବେ ନିଜର ଶୋ’ ଦ କପିଲ ଶର୍ମା ଶୋ’କୁ ନେଇ ଖୁବ ଚର୍ଚ୍ଚାରେ । କପିଲଙ୍କ ଶୋ’ର ଟିଆରପି ମଧ୍ୟ ଏବେ ବଲ ରହିଛି । କପିଲ ଶର୍ମା ନିକଟରେ ପିଏମ ମୋଦିଙ୍କ ସହିତ ନଜର ଆସିଥିଲେ । କପିଲଙ୍କ ଏକ ଫଟୋ ଏବେ ସୋସିାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ତାଙ୍କ ପତ୍ନୀ ଗୁରୁଶରନ କୌରଙ୍କ ସହିତ ନଜର ଆସିଛନ୍ତି ।

କପିଲ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଫଟୋ ସେୟାର କରି ଏହି ବିଷୟରେ ସୂଚନା ଦେଇଥିଲେ । ଏହା ସହିତ ମନମୋହନ ସିଂଙ୍କ ସହିତ ସାକ୍ଷାତ କରି ସେ କେତେ ଖୁସି ଅଛନ୍ତି ତାହା ବିଷୟରେ ମଧ୍ୟ କହିଥିଲେ ।

ଟ୍ୱିଟ କରି କପିଲ କହିଥିଲେ ଯେ, ‘ମନମୋହନ ସିଂ ଆପଣଙ୍କର ସାଦର ସ୍ୱାଗତ ସତ୍କାର ଏବଂ ଅମୃତସରର ମାଟି ସହ ଆମର କଲେଜ ଏବଂ ଖାଇବା ବିଷୟରେ ଆଲୋଚନା କରିବା ପାଇଁ ଧନ୍ୟବାଦ । ଆପଣଙ୍କ ପରି ବିନମ୍ର ଏବଂ ସରଳ ରାଜନେତାଙ୍କ ସହିତ ସାକ୍ଷାତ କରିବା ମୋ ପାଇଁ ଆଶୀର୍ବାଦ ଏବଂ ସମ୍ମାନଜନକ । ସେଥିପାଇଁ ସାଦର ପ୍ରଣାମ ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More