Only for Entertainment

ଡିସେମ୍ବରରେ ଗର୍ଲଫ୍ରେଣ୍ଡଙ୍କୁ ବିବାହ କରିବାକୁ ଯାଉଛନ୍ତି କପିଲ, ଅମୃତସରରେ ହେବ ବିବାହ କାର୍ଯ୍ୟ !

India Today
31

କପିଲ ଶର୍ମାଙ୍କ କମବ୍ୟାକ ନେଇ ଫ୍ୟାନ୍ସ ମାନେ ଖୁବ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଗତକାଲି କପିଲ ତାଙ୍କର ଜବରଦସ୍ତ କମବ୍ୟାକକୁ ନେଇ ଟ୍ୱିଟରରେ ଖୁସି ଜାହିର କରିଥିଲେ । ଏହାସହ କପିଲ ତାଙ୍କ ଫିଟନେସ ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି । ଏବେ ଆମେ ଆପଣଙ୍କ ପାଇଁ ଏକ ନୂଆ ଖବର ନେଇ ଆସିଛୁ, ଯାହା ଆପଣ ଶୁଣିଲେ ନିଶ୍ଚୟ ଖୁସି ହୋଇଯିବେ ।

ଅସଲରେ ପ୍ରଫେସନାଲ ଲାଇଫ ସହ ପର୍ଶନାଲ ଲାଇଫରେ ମଧ୍ୟ କପିଲଙ୍କର ଖୁସି ସାମିଲ ହେବାକୁ ଯାଉଛି । ଆଜ୍ଞା ହଁ କପିଲ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ସେ ଆଉ କେହି ନୁହଁନ୍ତି ତାଙ୍କ ଗର୍ଲଫ୍ରେଣ୍ଡ ଗିନ୍ନି ଚତରଥଙ୍କ ସହ । ମିଳିଥିବା ରିପୋର୍ଟ ମୁତାବକ କପିଲ ଏବଂ ଗିନ୍ନି ଚଳିତ ବର୍ଷ ଡିସେମ୍ବରରେ ବିବାହ କରିବେ । ବିବାହ ଅମୃତସରରେ ଆୟୋଜନ କରାଯିବ ଏହାପରେ କପିଲ ସାଙ୍ଗସାଥୀ ଏବଂ ନିଜ ସହକର୍ମୀ ମାନଙ୍କୁ ମୁମ୍ବାଇର ଗ୍ରାଣ୍ଡ ପାର୍ଟି ଦେବେ । ଏହାସହ ଖବର ଶୁଣିବାକୁ ମିଳିଛି ଯେ କପିଲ ଏବଂ ଗିନ୍ନିଙ୍କ ବିବାହ କାର୍ଯ୍ୟକ୍ରମ ୪ଦିନ ଧରି ଲଗାତାର ହେବ ।

ଏଠାରେ ଆମେ କହି ରଖୁଛୁ ଯେ କିଛି ଦିନପୂର୍ବେ କପିଲ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସେ ସମୟରେ ତାଙ୍କ ଗର୍ଲଫ୍ରେଣ୍ଡ ହିଁ ତାଙ୍କ ସାଥ ଦେଇଥିଲେ । ନିକଟରେ ଏଖ ସାକ୍ଷାତକାରରେ କପିଲ କହିଛନ୍ତି ସୁନୀଲ ଗ୍ରୋବରଙ୍କ ସହ ଏକ କମେଡି ଶୋ’ କରିବାକୁ ଯାଉଛନ୍ତି । ସେ କହିଛନ୍ତି ସୁନୀଲଙ୍କ ସହ ତାଙ୍କ ସମ୍ପର୍କ ଖାସ ଅଟେ । ସେ ଯାହା ହେଉ ନା କାହିଁକି ଏବେ ଆମେ କପିଲଙ୍କ ତାଙ୍କ ବିବାହକୁ ନେଇ ଶୁଭେଚ୍ଛା ଜଣାଉଛୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More