Only for Entertainment

ପୁଣିଥରେ ଏକାଠି ହେବେ କପିଲ ଶର୍ମା ଏବଂ ସୁନିଲ ଗ୍ରୋଭର ।

zeenews.india.com
26

କପିଲ ଶର୍ମା ଏବଂ ସୁନିଲ ଗ୍ରୋଭରଙ୍କ ବିବାଦ ପରେ ଦ କପିଲ ଶର୍ମା ଶୋ ବନ୍ଦ ହୋଇ ଯାଇଥିଲା । ପରେ ପରେ କପିଲ ଡିପ୍ରେସନକୁ ଚାଲି ଯାଇଥିଲେ । ଯାହାର ବହୁ ଦିନ ପରେ ସେ ପୁଣିଥରେ ପରଦାକୁ ଫେରିଥିଲେ,କିନ୍ତୁ ତାହା ସଫଳ ହୋଇ ପାରିନଥିଲା । ଅନ୍ୟ ପକ୍ଷରେ ସୁନିଲ ଗ୍ରୋଭର ଯଦିଓ ନିଜର ଅନ୍ୟ ଏକ ଶୋ ଆରମ୍ଭ କରିଥିଲେ ତାହା ମଧ୍ୟ ସଫଳତା ପାଇପାରି ନଥିଲା । ଏହି ସମସ୍ତ କଥାକୁ ଅନୁଧ୍ୟାନ କଲେ ନିହାତି ଭାବରେ ଆପଣ ଜାଣି ପାରୁଥିବେଯେ ଜଣକ ବିନା ଅନ୍ୟ ଜଣକ ଶୋ ତିଷ୍ଠିବା ଅସମ୍ଭବ । ଖବର ଅନୁସାରେ ଦୁଇ ଜଣ ପୁଣିଥରେ ଏକା ସାଙ୍ଗରେ ଟିଭି ପରଦାରେ ନଜର ଆସିବେ ଦର୍ଶକଙ୍କ ମନୋରଂଜନ କରିବା ପାଇଁ ।

ସୂଚନା ଅନୁସାରେ, କପିଲ ଶର୍ମା ଓ ସୁନିଲ ଗ୍ରୋବରଙ୍କ ମଧ୍ୟରେ ପୁଣି ଥରେ ବନ୍ଧୁତା ହୋଇଯାଇଛି । ଡିସେମ୍ବର ୧୬ରୁ ଶୋ’ର ସୁଟିଂ ଆରମ୍ଭ ହେବାକୁ ଯାଉଛି। ବଲିଉଡର ଦବଙ୍ଗ ଖାନ୍‌ ସଲମାନ ଦୁହିଁଙ୍କ ମଧ୍ୟରେ ବନ୍ଧୁତା କରାଇ ଦେଇଛନ୍ତି ବୋଲି ଖବର ମିଳିଛି।

ସେ କପିଲ ଓ ସୁନିଲଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ଦୁହେଁ ଏକାସାଙ୍ଗରେ କାମ କରିବାକୁ ରାଜି ହୋଇଗଲେ। ସଲମାନଙ୍କ ପ୍ରଡକ୍ସନ ହାଉସ କପିଲଙ୍କ ଶୋ’କୁ ପ୍ରୋଡ୍ୟୁସ୍‌ କରିବାକୁ ଯାଉଛି। ଅନ୍ୟପଟେ, ସଲମାନଙ୍କ ଅପକମିଂ ଫିଲ୍ମ ‘ଭାରତରେ’ ମଧ୍ୟ ସୁନିଲ କାମ କରୁଛନ୍ତି। ଏ ଭିତରେ ସଲମାନ୍ ଉଭୟଙ୍କ ମଧ୍ୟରେ ପ୍ୟାଚ୍ ଅପ୍ କରାଇଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଫ୍ଲାଇଟରେ ଝଗଡା ହେବା ପରେ କପିଲଙ୍କ ଶୋ’ରୁ ବାହାରି ଯାଇଥିଲେ ସୁନିଲ। ପରେ କପିଲ ମଧ୍ୟ ଶୋ’କୁ ବେଶି ଦିନ ଆଗକୁ ବଢ଼ାଇପାରି ନ ଥିଲେ। ତେବେ ଦୁହିଁଙ୍କ ପ୍ୟାଚ୍‌ ଅପ୍‌ ପରେ ଏବେ ପୁଣିଥରେ ଏହି କମେଡି ଷ୍ଟାରଙ୍କୁ ଏକା ସାଙ୍ଗରେ ଦେଖିବାକୁ ଅପେକ୍ଷା କରିଛନ୍ତି ଦର୍ଶକ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More