Only for Entertainment

କମେଡି କିଙ୍ଗ କପିଲ କିଣିଲେ ନୂଆ ଭ୍ୟାନିଟି ଭ୍ୟାନ୍

HD Wallpapers
0 69

ଲୋକଙ୍କୁ ହସାଇବା ସହ ଦର୍ଶକଙ୍କ ମନ ଜିଣିଥିବା କପିଲ ଶର୍ମା ପୁଣି ଥରେ ଟେଲିଭିଜନ ଦୁନିଆକୁ ପ୍ରତ୍ୟବର୍ତ୍ତନ କରୁଛନ୍ତି । କିଛି ଦିନ ପୂର୍ବେ ସୋନି ଟିଭିରେ ତାଙ୍କର ଅପକମିଙ୍ଗ୍‌ ସୋ’ ‘ଫ୍ୟାମିଲି ଟାଇମ୍‌ ଉଇଥ କପିଲ ଶର୍ମା’ର ପ୍ରମୋ ପ୍ରସାରିତ ହୋଇଥିଲା। ଏଥିରେ ସେ ଅଟୋରେ ଚଢ଼ିବା ପାଇଁ ପଚାରିବା ପରେ ସିଟି ବସରେ ଚଢ଼ି ଯାଉଥିବାର ଦେଖାଯାଇଥିଲେ । ତେବେ ପ୍ରମୋରେ ବସରେ ଯାଉଥିଲେ ମଧ୍ୟ ଅସଲ ଜୀବନରେ ନିଜ ପାଇଁ ଏକ ନୂଆ ଭ୍ୟାନିଟି ଭ୍ୟାନ କିଣିଛନ୍ତି କପିଲ। ଏହିି ଭ୍ୟାନର ଫଟୋ ନିଜେ କପିଲ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ସହ ଏହାକୁ ‘ଡ଼ିସି ‘ ଡ଼ିଜାଇନ କରିଛନ୍ତି ବୋଲି କହିଥିଲେ ।

ନୂଆ ସୋ’ର ଆରମ୍ଭ ହେବା ପୂର୍ବରୁ ହିଁ କପିଲଙ୍କୁ ମିଳିଥିଲା ବିପୁଳ ପରିମାଣରେ ଅର୍ଥ । ଏଥିରେ ସେ ତାଙ୍କ ପାଇଁ କିଣିଛନ୍ତି ଏକ ନୂତନ ମଡ଼େଲର ଭ୍ୟାନିଟି ଭ୍ୟାନ । ତେବେ ଗତ ବର୍ଷ କପିଲଙ୍କୁ ନେଇ ଅନେକ ବିବାଦ ଉପୁଜିଥିବା ବେଳେ ଟିଆରପି କମ ଥିବାରୁ ତାଙ୍କ ସୋ’କୁ ମଧ୍ୟ ଚ୍ୟାନେଲ ତରଫରୁ ବନ୍ଦ କରାଯାଇଥିଲା । ତେବେ ପୁଣିଥରେ ତାଙ୍କର ଖୁସ ମିଜାଜ ବ୍ୟକ୍ତିତ୍ୱ ସହ ଲୋକଙ୍କୁ ହସାଇବା ପାଇଁ ବହୁତ ଫେରିଆସୁଛନ୍ତି କପିଲ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More