କପିଲ ନିଜର ଫଟୋ ଶେୟାର କରି ଜଣାଇଲେ ନିଜର ମୋଟା ହେବାର ପ୍ରକୃତ ରହସ୍ୟ !
ଅନେକ ସମୟ ଧରି ହାସ୍ୟ ଅଭିନେତା କପିଲ ଶର୍ମା ଲାଇମଲାଇଟ୍ରୁ ଦୂରରେ ଥିବା ବେଳେ କିଛି ଦିନ ତଳେ ସେ ଖୁବ୍ ଶୀଘ୍ର ପରଦାକୁ ଫେରିବେ ବୋଲି ଜଣା ପଡ଼ିଥିଲା । କିଛି ଦିନର ବ୍ୟବଧାନ ପରେ ଏବେ ସେ ନିଜର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ପୂର୍ବ ପରି ସୁନ୍ଦର ଏବଂ ଖୁସି ଜଣା ପଡ଼ୁଛନ୍ତି । କିନ୍ତୁ ତାଙ୍କ ଓଜନ ପୂର୍ବ ଅପେକ୍ଷା ଅଧିକ ବଢ଼ି ଯାଇଥିବା ଦେଖା ଯାଇଛି । ତେବେ ତାଙ୍କର ଏପରି ଓଜନ ବୃଦ୍ଧିର ପ୍ରକୃତ କାରଣ କହିବାକୁ ଯାଇ ଲସି ଏବଂ କୁଲ୍ଚେ ଏଥି ପାଇଁ ଦାୟୀ ବୋଲି ସେ ଲେଖିଛନ୍ତି।
#punjab #amritsar #jalandhar #kulche #saagwithwhitebutter #mathhichole = 5 kg weight gain ? pic.twitter.com/Sw0CDBqRkF
— KAPIL (@KapilSharmaK9) October 2, 2018
ନିଜର ଫଟୋ ସେୟାର କରି ତାଙ୍କ ୫କେ.ଜି ଓଜନ ବଢ଼ିବା ପଛରେ ଲସି ଏବଂ କୁଲ୍ଚେର ହାତ ରହିଛି ବୋଲି ଲେଖି ସେ ପୋଷ୍ଟ କରିଥିଲେ । ତେବେ ନିଜ ଓଜନକୁ ସେ କମାଇବା ପାଇଁ ବ୍ୟାୟାମ ଆରମ୍ଭ କରିଥିବା ବେଳେ ଏବେ ସେ ଏକ ପଞ୍ଜାବୀ ଫିଲ୍ମ ସନ୍ ଅଫ୍ ମନ୍ଜୀତ୍ ସିଂ ନିର୍ମାଣ କରୁଥିବା ଜଣା ପଡ଼ିଛି । ଯାହା ପାଇଁ ସେ ଏବେ ଫିଲ୍ମର ପ୍ରମୋସନରେ ଲାଗିଥିବା ବେଳେ ଏହାର ଏକ ପୋଷ୍ଟର ମଧ୍ୟ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।