Only for Entertainment

ପ୍ରତିଜ୍ଞା ପୂରା କଲେ କପିଲ, ଫ୍ୟାନ୍ସ ଦେଖିଲେ ଦ୍ୱିତୀୟ ବିବାହର ଲାଇଭ ଟେଲିକାଷ୍ଟ ।

kapil insta pic
19

ବଲିଉଡରେ ଏବେ ବିବାହର ସିଜିନ ଚାଲିଛି । ଦୀପିକାଙ୍କ ଠାରୁ ଆରମ୍ଭ କରି ପ୍ରିୟଙ୍କାଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ବିବାହକୁ ପ୍ରାଇଭେଟ ରଖିଥିବା ବେଳେ କମେଡି କିଙ୍କ କପିଲ ଶର୍ମା ଏହାର ବିପରୀତ କରିଛନ୍ତି । ୧୨ ଡିସେମ୍ବରରେ କପିଲ ଏବଂ ଗିନି ହିନ୍ଦୁ ରୀତିନିତୀରେ ବିବାହ କରିଥିବା ବେଳେ ୧୩ ଡିସେମ୍ବରରେ ଦୁହେଁ ପଂଜାବୀ ରୀତିନୀତିରେ ବିବାହ କରିଛନ୍ତି ।

ଗୁରୁବାର କପିଲ ଏବଂ ଗିନିଙ୍କର ଆନନ୍ଦ କାରଜ ରୀତିନୀତିରେ ବିବାହ କରିଥିଲେ । ପ୍ରିୟଙ୍କା ଏବଂ ଦୀପିକାଙ୍କ ପରି କପିଲ ମଧ୍ୟ ଦୁଇ ଦୁଇଟି ପରମ୍ପରାରେ ବିବାହ କରିଥିଲେ । ଦ୍ୱିତୀୟ ବିବାହରେ କପିଲ ହ୍ୱାଇଟ ସେରେୱାନୀରେ ନଜର ଆସିଥିବା ବେଳେ ଗିନି ଗୋଲାପି ଲେହେଙ୍ଗାରେ ନଜର ଆସିଥିଲେ । ସବୁଠାରୁ ବଡ କଥା ହେଉଛି ଯେ, କପିଲଙ୍କ ବିବାହର ଲାଇଭ ଟେଲିକାଷ୍ଟ ତାଙ୍କ ଫ୍ୟାନ୍ସ ୟୁଟ୍ୟୁବରେ ଦେଖିଥିଲେ ।

କପିଲ ଶର୍ମାଙ୍କ ପ୍ରଡକ୍ସନ ହାଉସ ‘କେ ନାଇନ’ ନିଜ ୟୁବ୍ୟୁବ ଚ୍ୟାନେଲରେ ଏହି ବିବାହକୁ ଲାଇଭ ଟେଲିକାଷ୍ଟ କରିଥିଲେ । କିଛି ଦିନ ପୂର୍ବେ କପିଲଙ୍କ ବନ୍ଧୁ ଚନ୍ଦନ ପ୍ରଭାକର ଏବଂ ରାଜୀବ ଠାକୁର ଭିଡିଓ ସେୟାର କରି କହିଥିଲେ ଯେ କପିଲଙ୍କ ବିବାହକୁ ତାଙ୍କ ଫ୍ୟାନ୍ସ ୟୁଟ୍ୟୁବରେ ଦେଖିପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More